ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ମନୋଜ ଆହୁଜା ହେଲେ ମୁଖ୍ୟ ଶାସନ ସଚିବ, ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ

ଭୁବନେଶ୍ବର,୨୮/୬ : ମନୋଜ ଆହୁଜା ହେବେ ଓଡ଼ିଶା ମୁଖ୍ୟ ଶାସନ ସଚିବ  । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଅଛନ୍ତି ପି.କେ ଜେନା । ତାଙ୍କର କାର୍ଯ୍ୟକାଳ ଆସନ୍ତା ଜୁନ୍ ୩୦ତାରିଖରେ ଶେଷ ହେଉଛି । ଏହାପରେ ଆଗାମୀ ଦିନରେ କିଏ ହେବେ ମୁଖ୍ୟ ଶାସନ ସଚିବ ତାକୁ ନେଇ ଚାଲିଥିଲା କଳ୍ପନା ଜଳ୍ପନା । ଏହାରି ଭିତରେ ଏହି ଚର୍ଚ୍ଚାରେ ପୂର୍ଣ୍ଣ ଚ୍ଛେଦ ପଡ଼ିଛି । ୧୯୯୦ବ୍ୟାଚର ଆଇଏଏସ ଅଧିକାରୀ ମନୋଜ ଆହୁଜା ହୋଇଛନ୍ତି ମୁଖ୍ୟ ଶାସନ ସଚିବ ।

ଶ୍ରୀ ଆହୁଜା ପାଖାପାଖି ୧୨ବର୍ଷ ହେବ କେନ୍ଦ୍ରୀୟ ଡେପୁଟେସନରେ ଥିଲେ। କୃଷି ବିଭାଗର ସଚିବ ଭାବେ ସେ କେନ୍ଦ୍ରରେ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ସେ ଓଡ଼ିଶା ଆସିଛନ୍ତି । ପି.କେ ଜେନାଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ୍ ୩୦ତାରିଖରେ ସରୁଥିବାବେଳେ ରାଜ୍ୟରେ ନୂତନ ସରକାର କିନ୍ତୁ ତାଙ୍କର କାର୍ଯ୍ୟକାଳ ବଢାଇ ନାହାନ୍ତି । ବରିଷ୍ଠତା ଦୃଷ୍ଟିରୁ ଶ୍ରୀ ଆହୁଜାଙ୍କୁ ଏହି ଆସନରେ ବସାଇଛି ରାଜ୍ୟ ବିଜେପି । ତାଙ୍କର କାର୍ଯ୍ୟକାଳ ଆଗାମୀ ୬ମାସ ପର୍ଯ୍ୟନ୍ତ ରହିଛି । କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ତାଙ୍କ ନାଁ ଚର୍ଚ୍ଚା ହେଉଥିଲା । ଯେତେବେଳେ ନିର୍ବାଚନରେ ଓଡ଼ିଆ ଅସ୍ମିତା କଥା ଉଠିଥିଲା ଏଣୁ ଅନୁମାନ କରାଯାଉଥିଲା କି କେହି ଓଡ଼ିଆ ହେବେ ମୁଖ୍ୟ ଶାସନ ସଚିବ । ଏଣୁ ତାଙ୍କୁ ଅନୁମାନ କରାଯାଉଥିଲା କି ଅନ୍ୟ କୌଣସି ବିଭାଗ ଦେଇପାରନ୍ତି । ମାତ୍ର ସବୁ ଚର୍ଚ୍ଚାକୁ ଶେଷ କରି ମନୋଜ ଆହୁଜା ହୋଇଛନ୍ତି ମୁଖ୍ୟ ଶାସନ ସଚିବ । ଯାହା ସୂଚନା ରହିଛି ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ନାଁକୁ ସୁପାରିଶ କରାଯାଇଥିଲା ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ମଙ୍ଗଳବାର ତାଙ୍କୁ ରିଲିଜ କରାଯାଇଥିଲା । ଯେହେତୁ ରାଜ୍ୟରେ ୨୪ବର୍ଷର ସରକାର ପରିବର୍ତ୍ତନ ହୋଇଛି ଏଣୁ ଶ୍ରୀ ଆହୁଜାଙ୍କ ପାଇଁ ନିଶ୍ଚିତ ଭାବେ ତାଙ୍କର ଏହି ଦାୟିତ୍ବ ଚ୍ୟାଲେଞ୍ଜ ହେବ ବୋଲି କହିପାରିବା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.