ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

୧୭ ମାସର ସଙ୍ଘର୍ଷ ପରେ ଜେଲ୍‌ରୁ ବାହାରିଲେ ସିସୋଦିଆ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ହୋଇଥିଲେ ଗିରଫ...

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତିହାର ଜେଲରୁ ମୁକ୍ତ ହୋଇଛନ୍ତି । ଆଜି (ଶୁକ୍ରବାର) ସୁପ୍ରିମକୋର୍ଟ ସିସୋଦିଆଙ୍କୁ ଅବକାରୀ ନୀତି ସହ ଜଡିତ ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ଆପ୍(AAP) ନେତା ମନୀଷ ସିସୋଦିଆଙ୍କ ଓକିଲ ଦିଲ୍ଲୀ କୋର୍ଟରେ ଜାମିନ ବଣ୍ଡ୍ ପୂରଣ କରିଥିଲେ ଏବଂ ପରେ ତାଙ୍କର ମୁକ୍ତି ସମାପ୍ତ ହୋଇଥିଲା । ଗତ ୧୭ ମାସ ଧରି ସେ ତିହାର ଜେଲରେ ରହିଥିଲେ । 

ସୂଚନାଥାଉକି,ଯେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ୨୬ ଫେବୃଆରୀ ୨୦୨୩ରେ ସିବିଆଇ ଗିରଫ କରିଥିଲା । ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ ର ପ୍ରକ୍ରିୟା ଏବଂ କାର୍ଯ୍ୟାନ୍ୱୟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ପରେ ଏହି ନୀତି ବାତିଲ କରାଯାଇଥିଲା । ଏଥି ସହିତ, ଅର୍ଥ ହେରଫେର ମାମଲାରେ ୯ ମାର୍ଚ୍ଚ ୨୦୨୩ ରେ ଇଡି ତାଙ୍କୁ ଗିରଫ କରିଥିଲା।

ଅର୍ଥ ହେରଫେର ମାମଲା ସିବିଆଇ ଏଫ୍ଆଇଆର୍ ସହିତ ଜଡିତ ଥିଲା । ୨୮ ଫେବୃଆରୀ ୨୦୨୩ରେ ମନୀଷ ସିସୋଦିଆ ଦିଲ୍ଲୀ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ । ଏହି ସମୟରେ ସେ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱରେ ଥିଲେ। ଜାମିନ ମାଗିବା ବେଳେ ସିସୋଡିଆ କହିଥିଲେ ଯେ ସେ ୧୭ ମାସ ଜେଲରେ ଅଛନ୍ତି ଏବଂ ତାଙ୍କ ବିରୋଧରେ ମାମଲା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଏହି ସମୟରେ ଇଡି ଏବଂ ସିବିଆଇ ତାଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲେ।

ଅନ୍ୟପକ୍ଷରେ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିକୁ ଆମ୍ ଆଦମୀ ପାର୍ଟି 'ସତ୍ୟର ବିଜୟ' ବୋଲି କହିଛି । ଏହା ସହିତ ଦଳ ଆଶା ପ୍ରକଟ କରିଛି ଯେ ଅନ୍ୟ ଜେଲରେ ଥିବା AAP ନେତାମାନେ ମଧ୍ୟ ନ୍ୟାୟ ପାଇବେ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.