ପ୍ରମୂଖ ଖବର
  • ବାଲେଶ୍ୱର : କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

କଷ୍ଟ ସହି ନପାରି ରେଲ୍‌ ୱେ ଟ୍ରାକ୍‌ରେ ଜୀବନ ହାରିଲେ ପୂଜକ, ଉଦ୍ଧାର ହେଲା ମୃତଦେହ

Published By : Harapriya Sethi | April 16, 2025 11:10 AM

ଭୁବନେଶ୍ୱର, ଟ୍ରେନ୍‌ ଲାଇନ୍‌ରୁ ମୃତଦେହ ଠାବ । ଢେଙ୍କାନାଳ ଜିଲ୍ଲା ସଦର ଥାନା ଗେଙ୍ଗୁଟିଆ ଗାଁ ନିକଟ ରେଳ ଟ୍ରାକ୍‌ରୁ ମିଳିଛି ମୃତଦେହ । ମୃତକ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନନ୍ତପୁର ସାହିର ରସାନନ୍ଦ ପତି । କାମାକ୍ଷାନଗର ଅନନ୍ତପୁର ସାହି ସ୍ଥିତ ରାମ ମନ୍ଦିରର ପୂଜକ ଥିଲେ ରସାନନ୍ଦ ପତି । 

ସୂଚନା ମୁତାବକ, ଗତ ୧୪ ତାରିଖ ଦିନ ୨ଟାରୁ ଘରୁ ଆସି ଆଉ ଫେରିନଥିଲେ ରସାନନ୍ଦ । ଶେଷରେ ଗେଙ୍ଗୁଟିଆ ଗାଁ ନିକଟ ରେଳ ଟ୍ରାକ୍‌ରୁ ରସାନନ୍ଦଙ୍କ ମୃତଦେହ ମିଳିଛି । ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି । ଯେଉଁଥିରେ ସେ ଲେଖିଛନ୍ତି ଯେ, ପ୍ରାୟ ୧୦ ବର୍ଷ ହେବ ହୃଦ୍‌ଘାତ ଜନିତ ରୋଗରେ ପୀଡିତ ଥିଲେ । ଏପିରିକି ବହୁ ଧାର କରଜ କରି ୪ ଥର ହାର୍ଟ ଅପରେସନ କରାଇଛି ।  ଏପିରିକ ଗତ ୧୦ ମାସ ହେବ ମୋ ଦେହ ବହୁତ ଖରାପ ରହୁଛି । ଯେତେ ଔଷଧ ଖାଇଲେ ମଧ୍ୟ ଭଲ ହେଉନାହିଁ । ମୋ ପାଖରେ ଆଉ ପଇସା ନାହିଁ ଔଷଧ ଖାଇବାକୁ । ରୋଗଯନ୍ତ୍ରଣା ଆଉ ସହି ହେଉନାହିଁ । ଶେଷରେ ମୁଁ ଆତ୍ମହତ୍ୟା କରୁଛି । ମୋ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁନ୍ତି ।  ମୋର କେବଳ ଗୋଟିଏ ଇଚ୍ଛା ଅଛି, ମୋ ମୃତ୍ୟୁ ପରେ ମୋ ଶରୀରକୁ ବଡ଼ମେଡିକାଲକୁ ଦାନ କରିବେ । ଅନ୍ୟପଟେ ଘଟଣା ସଂପର୍କରେ ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ସୁଇସାଇଡ୍‌ ନୋଟକୁ ମଧ୍ୟ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.