ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

କୋର୍ଟରୁମ୍‌ରୁ ‘ସ୍ପାଇଡର-ମ୍ୟାନ୍’ ଭଳି ଫେରାର ହେଲା ଅଭିଯୁକ୍ତ , ଝରକା ଦେଇ ତଳକୁ ଖସି ପଳାଇଲା ... ଭିଡ଼ିଓ ଭାଇରାଲ

Published By : Prameya | February 22, 2025 6:19 PM

ନୂଆଦିଲ୍ଲୀ : ସାଉଥ୍‌ ଆଫ୍ରିକାର ଜୋହାନ୍ସବର୍ଗ କୋର୍ଟରେ ଏକ ଅଜବ ଘଟଣା ଘଟିଛି। ଜଣେ ଅଭିଯୁକ୍ତ ସେଠାରୁ ସ୍ପାଇଡର-ମ୍ୟାନ ଷ୍ଟାଇଲ୍‌ରେ ଫେରାର ହେବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଘଟଣା କୋର୍ଟର ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଠିଆ କରି ଦେଇଛି। ଘଟଣା ଜୋହାନ୍ସବର୍ଗର ଜେପ୍ପି କୋର୍ଟର , ଯେଉଁଠି ଅଭିଯୁକ୍ତ ଓନୋଶାନା ଥାଣ୍ଡୋ ସାଡିକିକୁ ଚୋରି ଓ ଘରେ ଅନୁପ୍ରବେଶ କରିବାର ମାମଲାରେ ହାଜର କରାଯାଇ ଥିଲା। ଶୁଣାଣି ବେଳେ , ଯେବେ ମାଜିଷ୍ଟ୍ରେଟ୍‌ କହୁଥିଲେ, ସେତେବେଳେ ସାଡିକୀ ହଠାତ୍‌ କୋର୍ଟରୁମ୍‌ର ଝରକାରୁ ବାହାରକୁ ପଳାଇ ଥିଲା। ସେ ବିଲ୍ଡିଂର ଉପର ମହଲାରୁ ଝରକା ଦେଇ ବାହାରି, ଧିରେଧିରେ ତଳକୁ ଓହ୍ଲାଇ ଥିଲା। ଏହାପରେ ବିଲ୍ଡିଂର କାନ୍ଥରେ ଖସି ତଳକୁ ଆସି ଥିଲା ଏବଂ ଭୂଇଁକୁ ଏକ ବଡ଼ ଡିଆଁ ମାରି ଥିଲା। ଏହିପରି ସିକ୍ୟୁରିଟିକୁ ଚକମା ଦେଇ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇ ଗଲା। 

ଏହି ପୂରା ମାମଲାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍‌ ଜୋରରେ ଭାଇରାଲ ହେଉଛି। ଭିଡ଼ିଓରେ ଦେଖିବାକୁ ମିଳୁଛି କି, ସାଡିକୀ ଖୁବ୍‌ ସହଜରେ ବିଲ୍ଡିଂର ଉଚ୍ଚରୁ ଓହ୍ଲାଉଛି, ଯେମିତି ପୂର୍ବରୁ ତାର ଅଭ୍ୟାସ ଅଛି। 

ସୋସିଆଲ ମିଡ଼ିଆ ୟୁଜର୍ସ ଏହି ଘଟଣାରେ ଖୁବ୍‌ ରିଆକ୍ସନ ଦେଉଛନ୍ତି। କିଛି ଏହା ଉପରେ ବିରକ୍ତି ହୋଇଛନ୍ତି, ତ କିଛି ଏହାକୁ ମଜାଳିଆ କରି ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି କି, ଅଭିଯୁକ୍ତ କୋର୍ଟରେ ହିଁ ଡେମୋ ଦେଇ ସାରିଥିଲା ଯେ, ସେ ଚୋରି କେମିତି କରୁ ଥିଲା। ଅନ୍ୟ ୟୁଜର ପ୍ରଶ୍ନ ଉଠାଇଛନ୍ତି ଯେ, ଯଦି ସେ ଏତେ ବଡ଼ ଅପରାଧି ଥିଲା, ତ ପୁଣି ଏହାକୁ ହାତକଡ଼ି କାହିଁକି ପିନ୍ଧା ଯାଇ ନଥିଲା। କିଛି ଲୋକ ପୁଲିସର ଅସଫଳ ଉପରେ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି ଯେ, କ୍ୟାମେରାରେ ସବୁକିଛି କଏଦ କରାଯାଇଛି, କିନ୍ତୁ ଏହାକୁ ଧରିବା ଚେଷ୍ଟା ବି କରାଗଲା ନାହିଁ। 

ରିପୋର୍ଟସ ମୁତାବିକ, ପୁଲିସ ଏବେ ସାଡିକୀର ତଲାସରେ ଲାଗି ପଡ଼ିଛି ଏବଂ ପୂରା ଅଞ୍ଚଳରେ ତଲାସୀ ଅଭିଯାନ ଚଳାଉଛି। ଏହି ଘଟଣା ସୁରକ୍ଷା ବ୍ୟବସ୍ଥାର ଏକ ବଡ଼ ତ୍ରୁଟି ଥିବା କୁହାଯାଉଛି, ଯେଉଁଥିରେ ସିଷ୍ଟମର ଦୁର୍ବଳତା ସ୍ପଷ୍ଟ ନଜର ଆସୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.