ପ୍ରମୂଖ ଖବର
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ମହାରାଷ୍ଟ୍ର ନିର୍ବାଚନ: ବଡ଼ ଦାବି କଲେ ଏନସିପି ସାଂସଦ ପ୍ରଫୁଲ ପଟେଲ

Image Courtesy: businesstoday

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ଦଳଙ୍କ ଅପେକ୍ଷାର ଅନ୍ତ ଘଟାଇ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ।   ୨୮୮ ଆସନ୍‌ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନଭେମ୍ବର ୨୦ରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ନଭେମ୍ବର ୨୩ରେ ଭୋଟ ଗଣତି ହେବ । ନିର୍ବାଚନୀ ବିଗୁଲ ବାଜିବା ପରେ ଅଜିତ ପାଓ୍ବାରଙ୍କ ଏନସିପି ଶିବିରରେ ଖୁସିର ପରିବେଶ ସୃଷ୍ଟି ହୋଇଛି । ଏନସିପିର ରାଜ୍ୟସଭା ସାଂସଦ ପ୍ରଫୁଲ ପଟେଲ କହିଛନ୍ତି, ‘ଭଲ କାମକୁ ଦେଖି ଲୋକେ ଭୋଟ୍‌ ଦେବେ ବୋଲି ମୋର ବିଶ୍ବାସ ରହିଛି ।’

ନ୍ୟୁଜ ଏଜେନ୍ସି ଏଏନଆଇକୁ ପ୍ରଫୁଲ ପଟେଲ କହିଛନ୍ତି ଯେ, ‘ମହାରାଷ୍ଟ୍ରରେ ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୨୬ ପୂର୍ବରୁ ବିଧାନସଭା ଗଠନ ହେବା ଜରୁରି । ନିର୍ବାଚନ ଆୟୋଗ ଆଜି ତାରିଖ ଘୋଷଣା କରିଥିବାରୁ ମୁଁ ବହୁତ ଖୁସି । ନଭେମ୍ବର ୨୦ରେ ମତଦାନ ଏବଂ ନଭେମ୍ବର ୨୩ରେ ମତଗଣନା ହେବ ।’

ସାଂସଦ ପ୍ରଫୁଲ ପଟେଲ ଦାବି କରିଛନ୍ତି ଯେ, ମହାରାଷ୍ଟ୍ରରେ ପୁଣି ଥରେ ମୟାୟୁତି (ବିଜେପି, ଶିବସେନା ଓ ଏନସିପି) ସରକାର ଗଠନ ହେବ ।  ମହାରାଷ୍ଟ୍ରର ଲୋକେ ବିକାଶ, ଭଲ କାର୍ଯ୍ୟ ଏବଂ ନିଶ୍ଚିତ ରୂପେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବକୁ ଭୋଟ ଦେବେ । ଏଥିପାଇଁ ଏନଡିଏକୁ ଲଗାତାର ତୃତୀୟ ଥର ବିଜୟ ମିଳିଛି । ହରିୟାଣା ଏବଂ ଜମ୍ମୁକାଶ୍ମୀରରେ ଏହାର ପ୍ରତିଫଳନ ମଧ୍ୟ ଦେଖିବାକୁ ମିଳିଛି ବୋଲି ପ୍ରଫୁଲ ପଟେଲ କହିଛନ୍ତି। 

ସେ ଆହୁରି କହିଛନ୍ତି ଯେ, ‘ଲୋକମାନେ ଭଲ କାମ, ବିକାଶ ଏବଂ ଲୋକାଭିମୁଖୀ ଯୋଜାନା ଲାଗି ଭୋଟ ଦେଉଛନ୍ତି । ଏଥିପାଇଁ ମୋତେ ଲାଗୁଛି ମହାରାଷ୍ଟ୍ରରେ ପୁଣି ଥରେ ଆମ ସରକାର ଆସିବ। ’ ସେପଟେ ଆସନ ବୁଝାମଣାକୁ ନେଇ ପ୍ରଫୁଲ ପଟେଲ କହିଛନ୍ତି, ଏନେଇ ବହୁ କଳ୍ପନା ଜଳ୍ପନା ଲାଗିରହିଛି । କିନ୍ତୁ କୌଣସି ମତଭେଦ ହେବ ନାହିଁ ବୋଲି ବିଶ୍ବାସ । ଆସନ୍ତା ୩ରୁ ୪ ଦିନ ଭିତରେ ଆସନ ବୁଝାମଣା ଶେଷ ହୋଇଯିବ । 

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.