ପ୍ରମୂଖ ଖବର
  • ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ
  • ||
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ, ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ

ମହାକାଳପଡା, ୧୫/୫ : ଭିଜିଲାନ୍ସ ଜାଲରେ ମହାକାଳପଡା ତହସିଲ ଅଫିସ ସରକାରୀ ଅମିନ ଉମାକାନ୍ତ ବେହେରା। ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ଆର. ପି କେସ୍ ରିପୋଟ ଦେବା ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି। ତାଙ୍କୁ ଭିଜିଲାନ୍ସ ଗିରଫ କରି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ମହାକାଳପଡା ତହସିଲ କାର୍ଯ୍ୟାଳୟର ସରକାରୀ ଅମିନ ଉମାକାନ୍ତ ବେହେରା ଆର. ପି କେସ୍ ରିପୋଟ ଦେବା ପାଇଁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ମହାକାଳପଡା ପଞ୍ଚାୟତ କେୟାରବାଙ୍କ ଗ୍ରାମର ଶୁସାନ୍ତ ବିଶ୍ଵାଳ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏହାପରେ ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ଜଗି ରହିଥିଲେ। ଅମିନ ଉମାକାନ୍ତ ଅଭିଯୋଗକାରୀଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ଉମାକାନ୍ତଙ୍କୁ ଏବେ ଗିରଫ କରାଯାଇଛି। ଭିଜିଲାନ୍ସ ଟିମ୍ ତଦନ୍ତ ଆରମ୍ଭ କରିଛି। ମହାକାଳପଡା ଶିଖର ଗ୍ରାମରେ ଉମାକାନ୍ତଙ୍କ ଭଡାଘରେ ଓ ପୈତୃକ ଘର ଆଳିରେ ଭିଜିଲାନ୍ସ ଟିମ ଚଢାଉ କରିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.