ପ୍ରମୂଖ ଖବର
  • ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କୀ ହମଲା ଡର; ବିଦେଶୀ ଖେଳାଳିଙ୍କୁ ଅପହରଣ ଯୋଜନା କରୁଛି ISKP
  • ||
  • ଏଯାଏଁ ସରିନି ରତ୍ନଭଣ୍ଡାର ମରାମତି କାମ, ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି
  • ||
  • ରାଜଧାନୀକୁ ଜଗିବ ଏଆଇ କ୍ୟାମେରା, ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ଲାଗିବ କ୍ୟାମେରା
  • ||
  • କଟକ : ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ, କପି କଲାବେଳେ ଧରାପଡ଼ିଲେ ୮ ପରୀକ୍ଷାର୍ଥୀ
  • ||
  • ବଲାଙ୍ଗୀର : ବରଯାତ୍ରୀରେ ମର୍ଡର ପ୍ଲାନ୍‌: ମଉକା ଦେଖି କରିଥାନ୍ତେ ହତ୍ୟା, ଯୋଜନା ଭଣ୍ଡୁର କରିଦେଲା ପୋଲିସ
  • ||
  • କେନ୍ଦ୍ରାପଡ଼ା : ସ୍କୁଟିକୁ ପଛପଟୁ ପିଟିଲା ହାଇୱା, ମହିଳା ମୃତ
  • ||
  • ମାଓ ଯୋଜନା ପଣ୍ଡ, ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜା ହୋଇଥିବା ବୋତଲ ବୋମା ଠାବ
  • ||
  • ନୀଳଗିରି : ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ଅଙ୍କିତା, ଗୋଟିଏ ଶାବକକୁ ଦେଲା ଜନ୍ମ
  • ||
  • ରାୟଗଡ଼ା : ନାଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଆଜି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା, ବିହାରରୁ ୧୯ ତମ କିସ୍ତି ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ପ୍ରଭୁ ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ, ସକାଳ ୧୧ରୁ ୧୨ଟା ମଧ୍ୟରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ
  • ||
  • କେନ୍ଦ୍ରାପଡ଼ା : ଜମିବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୭ ଗୁରୁତର
  • ||
  • ରାଜ୍ୟରେ ଟ୍ରଫ୍‌ଲାଇନ ପ୍ରଭାବ: ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା, ୩ ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ
  • ||

ଶିବରାତ୍ରିରେ କରନ୍ତୁନି ଏହି ଭୁଲ୍, ନହେଲେ ଜୀବନରେ ତାଣ୍ଡବ କରିବ ଦୁଃଖ

Published By : Harapriya Sethi | February 24, 2025 11:09 AM

ହିନ୍ଦୁ ଧର୍ମ ପଞ୍ଚାଙ୍ଗ ଅନୁଯାୟୀ, ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ ତିଥିରେ ଶିବରାତ୍ରି ପଡ଼ିଥାଏ । ଚଳିତ ବର୍ଷ ମହାଶିବରାତ୍ରି ଫେବୃୟାରୀ ୨୬ ତାରିଖ (ବୁଧବାର)ରେ ପଡ଼ୁଛି । ଏହି ଦିନ ସକାଳୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଏହ ଦିନ ଭୋଳାବାବାଙ୍କ ରାତ୍ରି କାଳୀନ ପୂଜାର ରହିଛି ବିଶେଷ ମହତ୍ତ୍ୱ । ସେଥିପାଇଁ ଶିବଙ୍କ ଭକ୍ତଗଣ ଶିବରାତ୍ରିରେ ସାରା ରାତି ଉଜାଗର ରହି ମାଆ ପାର୍ବତୀ ଏବଂ ଭଗବାନ ଶିବଙ୍କ ଆରଧନା କରିଥାନ୍ତି । ଏହି ଦିନରେ ଭଗବାନ ଶିବ ଏବଂ ମାଆ ପାର୍ବତୀଙ୍କ ବିବାହ ହୋଇଥିଲା । ଏହି ଦିନ ହିଁ ପ୍ରଭୁ ଶିବଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ ବୋଲି ମାନ୍ୟତା ରହିଛି । ଯଦି ଆପଣ ଶିବରାତ୍ରିରେ ଭଗବାନ ଶିବଙ୍କୁ ପ୍ରସନ୍ନ କରି ତାଙ୍କ କୃପା ପାଇବାକୁ ଇଚ୍ଛା କରୁଛନ୍ତି, ତେବେ ଏପରି କୌଣସି ଭୁଲ୍‌ କରନ୍ତୁ ନାହିଁ, ଯାହାଦ୍ୱାରା ପ୍ରଭୁ କ୍ରୋଧିତ ହେବେ । ଭଗବାନ ଶିବ ରାଗିଲେ ଆପଣଙ୍କ ଜୀବନରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିବ । ତେଣୁ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ବେଳେ ଏହି ସବୁ ନିୟମର ପାଳନ କରି ଶିବଲିଙ୍ଗର ଅଭିଷେକ କରନ୍ତୁ ।

  • ମହାଶିବରାତ୍ରିରେ ଶିବଙ୍କ ଅଭିଷେକ କରିବା ବେଳେ କଂସା ପାତ୍ରରେ କ୍ଷୀର କିମ୍ୱା ଜଳ ଚଢାନ୍ତୁ ନାହିଁ । ଏପରି କରିବା ଅତ୍ୟନ୍ତ ଅଶୁଭ ହୋଇଥାଏ । ସୁନା, ରୁପା କିମ୍ୱା ତମ୍ୱା ପାତ୍ରରେ ଜଳ, କ୍ଷୀର ଇତ୍ୟାଦି ରଖି ଶିବଲିଙ୍ଗର ଅଭିଷେକ କରନ୍ତୁ ।
  • ଏହି ଦିନ ଭୁଲ୍‌ ରେ ବି କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ । ଖାସ୍‌ କରି ପୂଜା କରିବା ବେଳେ କଳା ରଙ୍ଗର ବସ୍ତ୍ର ନପିନ୍ଧି ଅନ୍ୟ କୌଣସି ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ।
  • ମହାଶିବରାତ୍ରିରେ ଆମିଷ, ପିଆଜ ରସୁଣ ଏବଂ ମଦ ଇତ୍ୟାଦି ଠାରୁ ଦୂରେଇ ରୁହନ୍ତୁ । ଏହି ଦିନ ତାମସିକ ଖାଦ୍ୟର ସେବନ କରିବା ଅନୁଚିତ୍ ।
  • ପୂଜା କରିବା ବେଳେ ତୁଳସୀ, ସିନ୍ଦୁର, କେତକୀ, ପଦ୍ମ ଏବଂ କନିଆରୀ ଫୁଲ ଠାକୁରଙ୍କୁ ଅର୍ପଣ କରନ୍ତୁ ନାହିଁ । ଏହା ବ୍ୟତୀତ ଶିବଲିଙ୍ଗ ଉପରେ ଭାଙ୍ଗି ଯାଇଥିବା ଚାଉଳ ମଧ୍ୟ ଚଢାନ୍ତୁ ନାହିଁ ।
  • ଏହି ଦିନ ମନରେ ଦୁଶ୍ଚିନ୍ତା ଆଣନ୍ତୁ ନାହିଁ । କାହାରିକୁ କଟୁବାକ୍ୟ କୁହନ୍ତୁ ନାହିଁ । ସାରା ଦିନ ପ୍ରଭୁଙ୍କ ନାମ ଜପ କରନ୍ତୁ । ଏବଂ ତାଙ୍କ ଆରଧନା କରନ୍ତୁ ।
  • ମହାଶିବରାତ୍ରିରେ ଶସ୍ୟ ଜାତୀୟ ଖାଦ୍ୟ କିମ୍ୱା ରନ୍ଧା ଖାଦ୍ୟ ପଦାର୍ଥ ଖାଆନ୍ତୁ ନାହିଁ । କେବଳ ଫଳକୁ ଆହାର ରୂପରେ ଗ୍ରହଣ କରନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.