ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ପୂର୍ଣ୍ଣିମାରେ ଦାନ: ଜାଣନ୍ତୁ କେଉଁ ରାଶି ଲୋକ କ’ଣ ଦାନ କଲେ କାର୍ଯ୍ୟରେ ମିଳିବ ସଫଳତା

Published By : Prameya | February 10, 2025 2:50 PM

କଟକ ୧୦/୦୨: ଫେବ୍ରୁୟାରୀ ୧୨ତାରିଖ ମାଘ ପୂର୍ଣ୍ଣିମା । ଏହି ପବିତ୍ର  ଅବସରରେ ଗଙ୍ଗା ସ୍ନାନ ସହିତ ଦାନ ବିଶେଷ  ମହତ୍ତ୍ୱପୂର୍ଣ୍ଣ ରହିଛି। ଏହି ଦିନ ଦାନ କରିବା ଦ୍ୱାରା ବହୁଗୁଣରେ ପୁଣ୍ୟଫଳ ମିଳେ ବୋଲି ବିଶ୍ୱାସ  ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ ରାଶି  କ’ଣ ଦାନ କରିବେ ଜାଣନ୍ତୁ ।

ମେଷ: ମସୁର ଡାଲି,ଗୁଡ଼,ତମ୍ବା,ଲାଲ୍‌ ବସ୍ତ୍ର, ଗହମ,ଡାଳିମ୍ବ,ମାଣ୍ଡିଆ  ଦାନ କରନ୍ତୁ । ସ୍ୱାସ୍ଥ୍ୟ ଲାଭ ଏବଂ କାର୍ଯ୍ୟରେ ସଫଳତା ମିଳିବ । 

ବୃଷ: ସଫା ବସ୍ତ୍ର,କ୍ଷୀର,ଚାଉଳ,ଦହି,ସୁଗନ୍ଧିତ ସାମଗ୍ରୀ,ଅଟା ଏବଂ  ଲୁଣ ଦାନ କରନ୍ତୁ । ଆର୍ôଥକ ସମୃଦ୍ଧି,ପାରିବାରିକ ସୁଖ ଏବଂ ସମ୍ପର୍କରେ  ମଧୁରତା ମିଳିବ । 

ମିଥୁନ: କଞ୍ଚା ମୁଗ ଡାଲି, ପନ୍ନା,ସବୁଜ ପନିପରିବା, ପୁସ୍ତକ ଏବଂ ଧନିଆ  ଦାନ କଲେ ପେସାରେ ଉନ୍ନତି ଏବଂ ବାଣୀ ସୁମଧୁର ହେବ । 

କର୍କଟ: କ୍ଷୀର,ରୁପା,ଚାଉଳ,ଶ୍ୱେତ ବସ୍ତ୍ର, ମିଶିରି ଏବଂ ନଡ଼ିଆ ଦାନ  କରନ୍ତୁ । ଏଥିରେ ମାନସିକ ଶାନ୍ତି ତଥା ପାରିବାରିକ ସୁଖ ବଢ଼ିବ । 

ସିଂହ: ଗୁଡ଼,ଗହମ,ତମ୍ବା ପାତ୍ର,ଲାଲ୍‌ ବସ୍ତ୍ର, ଚିନାବାଦାମ ଦାନ କରିବା  ସହିତ ମାନସମ୍ମାନ, ଆତ୍ମବିଶ୍ୱାସ ଏବଂ ସରକାରୀ କାର୍ଯ୍ୟରେ ସଫଳତା  ମିଳିବ । 

କନ୍ୟା: କଞ୍ଚା ମୁଗ,ପୁସ୍ତକ,କଲମ,ଆଖୁରସ ଅଭାବୀକୁ ଦାନ କଲେ  ନିର୍ଣ୍ଣାୟକ କ୍ଷମତା ବଢ଼ିବା ସହିତ ମାନସିକ ଶାନ୍ତି ତଥା ପେସାରେ ଉନ୍ନତି ଆସିବ । 

ତୁଳା: ଶ୍ୱେତ ବସ୍ତ୍ର,ସୁଗନ୍ଧିତ ସାମଗ୍ରୀ,ଚାଉଳ, ଦହି,ମିଶିରି,ଆଳୁ ଦାନ  କରନ୍ତୁ । ବୈବାହିକ ଜୀବନରେ ପରିପୂର୍ଣ୍ଣତା,ଆର୍ଥିକ ସମୃଦ୍ଧି ଆଣିବ । 

ବିଛା: ମସୁର ଡାଲି,ଲାଲ୍‌ ଚନ୍ଦନ,ତମ୍ବା,ଗୁଡ଼, ନଡ଼ିଆ,ଲାଲ୍‌ ଲଙ୍କା ଏବଂ  ମହୁ ଦାନ କରିବା ଆବଶ୍ୟକ । ଏହା ଦ୍ୱାରା କ୍ରୋଧ ନିୟନ୍ତ୍ରିତ ହେବା ସହିତ ଶାନ୍ତି ଏବଂ ଶତ୍ରୁ ବାଧାରୁ ମୁକ୍ତି ମିଳିବ । 

ଧନୁ: ହଳଦୀ,ହଳଦିଆ ଡାଲି-ବସ୍ତ୍ର,କଦଳୀ, ପୁସ୍ତକ,ମକ୍କା ଏବଂ  ବେସନର ଲଡ଼ୁ ଦାନ କରନ୍ତୁ । ଆଧ୍ୟାତ୍ମିକ ଏବଂ ଶିକ୍ଷାରେ ଉନ୍ନତି  ଆଣିବ । 

ମକର: ସୋରିଷ,କଳାତିଳ,କମ୍ବଳ ଏବଂ ସୋରିଷ ତେଲ ଦାନ କରିବା  ଦ୍ୱାରା ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟାକାଶରୁ ଶନି ଦୋଷରୁ ମୁକ୍ତି ମିଳିବ । 

କୁମ୍ଭ: ନୀଳ କପଡ଼ା,ଲୁହା ବାସକୁସନ, ଛତା ଏବଂ କଳା ରାଶି ଦାନ କଲେ  ଋଣରୁ ମୁକ୍ତି ସହିତ ମାନସିକ ଶାନ୍ତି ମିଳିବ । 

ମୀନ: ଚଣା ଡାଲି,ହଳଦିଆ କପଡ଼ା, ଧାର୍ମିକ ଗ୍ରନ୍ଥ ଏବଂ ମକା ଦାନ କଲେ ଆଧ୍ୟାତ୍ମିକ ଉନ୍ନତି, ଶିକ୍ଷା ଏବଂ ଶୁଭ ଅବସରପ୍ରାପ୍ତ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.