ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

କାଲିଫର୍ଣ୍ଣିଆ ନିଆଁ ; ଗଲାଣି ୧୬ ଜୀବନ, ଲସ୍ ଏଞ୍ଜେଲସକୁ ୪.୩ ଲକ୍ଷ କ୍ଷତି

Published By : Ankita S | January 12, 2025 10:23 AM

ୱାଶିଂଟନ,୧୨/୦୧: ହୁତୁ ହୁତ ହୋଇ ଜଳୁଛି ଜଙ୍ଗଲ । ଥମିବାର ନାଁ ନେଉନାହିଁ । ଅନଳ ଆଁରେ ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶରେ ଥିଲା ଜଙ୍ଗଲ । ଜଳି ପୋଡି ପାଉଁଶ ହୋଇଛି ୧୦ ହଜାର କୋଟି ଟଙ୍କାର ଘର । ନିଆଁକୁ ଆୟତ କରିବା ମୁସ୍କିଲ ହୋଇଛି । ଦିନକୁ ଦିନ ଭୟଙ୍କର ହେଉଛି ଜଙ୍ଗଲ ନିଆଁ । ବନାଗ୍ନିରେ ଏଯାବତ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ୧୩ ଲକ୍ଷ ଲୋକ ଘଟ ଛାଡିଛନ୍ତି ।

ଗତ ୭ ତାରିଖରୁ ଜଳୁଛି ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶରେ ଥିଲା ଜଙ୍ଗଲ । ସପ୍ତାହ ହେବ ଜଳୁଛି ଲସ ଏ଼ଞ୍ଜଲେସ । ସାରା ସହରକୁ ଗ୍ରାସିଛି ଜଙ୍ଗଲ ନିଆଁ । ୧୨ ହଜାର କୋଠା ଜଳି ପୋଡି ପାଉଁଶ ହୋଇଛି । ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ବନ୍ୟଜନ୍ତୁ । ଜୀବନବିକଳରେ ଏଣେ ତେଣେ ଧାଉଁଛନ୍ତି ଜଙ୍ଗଲୀ ଜନ୍ତୁ । ନିଆଁକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆଣିବା ସମ୍ଭବ ହୋଇପାରି ନାହିଁ । ଏହି ଜଙ୍ଗଲ ନିଆଁ ଯୋଗୁଁ ଏ ପର୍ଯ୍ୟନ୍ତ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି । ତେଣୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ସମୁଦ୍ର କୂଳରୁ ୧୦୦ କିମିରୁ ଅଧିକ ବେଗରେ ପବନ ବହୁଥିବାରୁ ନିଆଁ ଥମିବା ପରିବର୍ତ୍ତେ ବଢିବାରେ ଲାଗିଛି । ହଲିଉଡ ହିଲରେ ୫ ଶହ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ଛାରଖାର ହୋଇଛି ।

ସେପଟେ ନିଆଁ ଲିଭାଇବାରେ ପ୍ରଶାସନ ବ୍ୟସ୍ତ ଥିବାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଲୁଟପାଟ ଆରମ୍ଭ କରି ଦେଇଛନ୍ତି । ଉପାୟ ନପାଇ ପ୍ରଶାସନ କର୍ଫ୍ୟୁ ଜାରି କରିଛି । ଏହି ମାମଲାରେ ୨୦ ଜଣଙ୍କୁ ଗିରଫ କରାଯାଇଛି । ଲସ୍ ଏଞ୍ଜେଲସରେ ଲାଗିଥିବା ନିଆଁ ଯୋଗୁଁ ଏ ପର୍ଯ୍ୟନ୍ତ ୪.୩୦ ଲକ୍ଷ କୋଟି ଟଙ୍କା କ୍ଷତି ହେଲାଣି । ଜଙ୍ଗଲ ନିଆଁ ଜନବସତି ଆଡକୁ ମାଡି ଆସୁଛି । ଅନେକ ଅଟ୍ଟାଳିକା ପୋଡି ପାଉଁଶ ହୋଇଛି । ପାଲିସେଡସରେ ସର୍ବାଧିକ ୨୧ ହଜାର ୫୯୬ ଏକର ଜଙ୍ଗଲରେ ନିଆଂ ଲାଗିଥିବାବେଳେ ମାତ୍ର ୮ ପ୍ରତିଶତ ଆୟତ ହୋଇଛି । ଇଟନରେ ୧୪ ହଜାର ୧୧୭ ଏକକରେ ନିଆଁ ଲାଗିଥିବାବେଳେ ୧ ହଜାର ଏକରରେ ଆୟତ ହୋଇଛି । ନିଆଁକୁ ଆୟତ କରିବାକୁ ପ୍ରଶାସନ ସବୁ ପ୍ରକାର ଚେଷ୍ଟା ଚଳାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.