ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଇଣ୍ଡୋନେସିଆ ରାଷ୍ଟ୍ରପତି ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି, ପାକିସ୍ତାନ ଗସ୍ତ କଲେ ବାତିଲ

Published By : Ankita S | January 12, 2025 1:00 PM

ନୂଆଦିଲ୍ଲୀ,୧୨/୦୧: ଯିବେନି ପାକିସ୍ତାନ ଆସିବେ ଭାରତ । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋ । ଏ ନେଇ ବିଶେଷ ସୁତ୍ରରୁ ସୂଚନା ମିଳିଛି । ପ୍ରଥମେ ସେ ପାକିସ୍ତାନ ଗସ୍ତ କରିବାର ଥିଲା ମାତ୍ର ଭାରତରୁ ନିମନ୍ତ୍ରଣ ପାଇବା ପରେ ସେ ତାଙ୍କର ପାକିସ୍ତାନ ଗସ୍ତ ବାତିଲ କରିଥିବା ଜଣାପଡିଛି ।

ଏ ପର୍ଯ୍ୟନ୍ତ ଭାରତ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥିଙ୍କ ତାଲିକା ଔପଚାରିକତା ଭାବେ ଘୋଷଣା କରିନାହିଁ । ଜାନୁଆରୀ ୨୬ ସମାରୋହରେ ମୁଖ୍ୟ ଅତିଥି ଭାବେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋ ଯୋଗ ଦେବେ ବୋଲି ଖବର ମିଳିଛି । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ବ୍ୟାପକ ଆଲୋଚନା କରିବେ ବୋଲି ଜଣାପଡିଛି । ଭାରତର ନିମନ୍ତ୍ରଣ ପାଇବା ପରେ ସେ ତାଙ୍କର ପାକିସ୍ତାନ ଗସ୍ତ ବାତିଲ କରିଥିବା ଜଣାପଡିଛି । 

ପ୍ରତି ବର୍ଷ ଭାରତ ବିଶ୍ବର ଅନେକ ନେତାଙ୍କୁ ଗଣତନ୍ତ୍ର ଦିବସ ସମାରୋହକୁ ଆମନ୍ତ୍ରଣ କରିଥାଏ । ଗତବର୍ଷ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏନ ମାକ୍ରନ ମୁଖ୍ୟ ଅତିଥି ଥିଲେ । ୨୦୨୩ରେ ମିସ୍ତ୍ରୀ ରାଷ୍ଟ୍ରପତି ଅବଦେଲ ଫତାହ ଅଲ ସିସି ସାମିଲ ହୋଇଥିଲେ । କୋଭିଡ ମହାମାରୀ କାରଣରୁ ୨୦୨୧ ଏବଂ ୨୦୨୨ରେ ଗଣତନ୍ତ୍ର ଦିବସରେ କୌଣସି ଅତିଥି ଆସିନଥିଲେ । ୨୦୨୦ରେ ବ୍ରାଜିଲ ରାଷ୍ଟ୍ରପତି ବୋଲ୍ସୋନାରୋ ମୁଖ୍ୟ ଅତିଥି ଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.