ପ୍ରମୂଖ ଖବର
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଭାରତର ୩୨ ହଜାର ଲୋକଙ୍କ ବାର୍ଷିକ ଦରମାଠୁ ଅଧିକ ଟିମ୍‌ କୁକ୍‌ଙ୍କ ସାଲାରୀ !

Published By : Tapas Panda | January 11, 2025 6:35 PM

ନୂଆଦିଲ୍ଲୀ: ବାର୍ଷିକ ସାଧାରଣ ବୈଠକ ପୂର୍ବରୁ ଆଇଟି ଜାଏଣ୍ଟ ‘ଆପଲ୍‌’ କମ୍ପାନି ନିଜ ସିଇଓଙ୍କ ଦରମା ବଢ଼ାଇଛି । ୧୮ ପ୍ରତିଶତ ବଢ଼ିଛି ଆପଲ୍‌ ସିଇଓ ଟିମ୍‌ କୁକଙ୍କ ଦରମା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଟିମ୍‌ କୁକଙ୍କ ଦରମା ଭାରତରେ ୩୨ ହଜାର କର୍ମଚାରୀଙ୍କ ବାର୍ଷିକ ଦରମା ଠାରୁ ଅଧିକ । ୧୮ ପ୍ରତିଶତ ବଢ଼ିବା ପରେ ଟିମଙ୍କ ଦରମା ୭୪.୬ ମିଲିୟନ୍‌ ଡଲାର (୬୪୩ କୋଟି ଟଙ୍କା) ହୋଇଛି । 

ଭାରତରେ ଯଦି ଜଣେ ବ୍ୟକ୍ତିଙ୍କ ବାର୍ଷିକ ଆୟ ହାରାହାରି ୧,୮୪, ୨୦୫ ଟଙ୍କା ବୋଲି ଧରିନିଆଯାଏ ତେବେ କୁକ୍‌ଙ୍କ ଦରମା ୩୨ହଜାର ବ୍ୟକ୍ତିଙ୍କ ସହ ସମାନ ବା ତାଠୁ ଅଧିକ ହୋଇପାରେ । ତେବେ ଟିମ୍‌ କୁକଙ୍କ ଦରମା ୨୦୨୩ରେ ୬୩.୨ ମିଲିୟନ୍‌ ଡଲାର ଥିଲା ଏବଂ ଏବେ ୧୮ ପ୍ରତିଶତ ବଢ଼ିବା ପରେ ଏହା ୭୪.୬ ମିଲିୟନ୍‌ ଡଲାରକୁ ବୃଦ୍ଧି ପାଇଛି ।  ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ, ଟିମ କୁକ୍‌ଙ୍କ ଷ୍ଟକ୍‌ ଆଓ୍ବାର୍ଡ ମୂଲ୍ୟ ବୃଦ୍ଧିର କାରଣ ଦର୍ଶାଇ ଆପ୍‌ଲ ତାଙ୍କର ଦରମା ବଢ଼ାଇଛି । ଫେବୃଆରୀ ୨୫ରେ ହେବାକୁ ଥିବା କମ୍ପାନିର ବାର୍ଷିକ ସାଧାରଣ ବୈଠକ ପୂର୍ବରୁ ଆପ୍‌ଲ ପକ୍ଷରୁ ଏତେ ବଡ଼ ନିଷ୍ପତ୍ତି ନିଆଯାଇଛି । 

ଟିମ୍‌ କୁକଙ୍କ ଦରମା ସମେତ ନିବେଶକଙ୍କ ପାଖରୁ ମିଳିଥିବା ୪ଟି ପ୍ରସ୍ତାବ ଉପରେ ଏଜିଏମରେ ଭୋଟିଂ ହୋଇପାରେ । ଜଣେ ନିବେଶକ ଆପ୍‌ଲରେ ଚାଲିଥିବା ଡାଇଭର୍ସିଟି, ଇକ୍ୟୁଟି ଏବଂ ଇନକ୍ଲୁଜନ୍‌ ପ୍ରୋଗ୍ରାମକୁ ବନ୍ଦ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ଏହାକୁ ଏଜିଏମକୁ ନେବା ପୂର୍ବରୁ ଖାରଜ କରିଦିଆଯାଇଛି । ଏହି ପ୍ରୋଗ୍ରାମ ବନ୍ଦ ହେବ ନାହିଁ ବୋଲି କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.