ପ୍ରମୂଖ ଖବର
  • ଏଚଏମପିଭିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାଲେ ରାଜ୍ୟ ସରକାର, ସବୁ ଜିଲ୍ଲାର ସ୍ଥିତିକୁ ନେଇ ହେବ ଆଲୋଚନା
  • ||
  • ଦେବଜିତ୍ ସାଇକିଆ ବିସିସିଆଇ ନୂଆ ସମ୍ପାଦକ, ଜୟ ଶାହଙ୍କ ଜାଗା ନେବେ
  • ||
  • ଫିରିଙ୍ଗିଆ : ବାଇକ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, କ୍ଷତି ପୂରଣ ପାଇଁ ଉତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ
  • ||
  • କଟକରେ ରୋଡ୍‌ ରନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ, ସମସ୍ତଙ୍କୁ ଫିଟ୍‌ ରହିବାକୁ ଅତିଥିଗଣଙ୍କ ଆହ୍ୱାନ
  • ||
  • ମାଲକାନଗିରି-ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାରେ ଏନକାଣ୍ଟର,୩ ମାଓବାଦୀ ନିହତ
  • ||
  • ଖୋର୍ଦ୍ଧା : ଗୋରୁ ଗାଡି ଜବତ ବେଳେ ମିଳିଲା ଗଞ୍ଜେଇ ଭର୍ତ୍ତି କାର୍‌, ଡ୍ରାଇଭର ସହ ସହଯୋଗୀ ଫେରାର
  • ||
  • ଭୁବନେଶ୍ୱର : ଲୋକଙ୍କ ଉତ୍ସାହ ଏବଂ ଭିଡ଼କୁ ଦେଖି ନିଷ୍ପତ୍ତି, ବର୍ଷକୁ ୧୨ ଥର ହେବ ପଥ ଉତ୍ସବ
  • ||
  • ରାଜଧାନୀରୁ ହାଇପ୍ରୋଫାଇଲ ଠକେଇ ମାମଲା: କଳା ସାମ୍ରାଜ୍ୟର ଗୁମର ଖୋଲିବ ଇଡି
  • ||
  • ପାଳଗଦାରେ ଦୁଇ ନାବାଳକ ଜଳିଯିବା ଘଟଣା: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ରୁଷ ଉପରେ ପୁଣି କଟକଣା ଲଗାଇଲା ଆମେରିକା, ୩% ବଢ଼ିଲା ଅଶୋଧିତ ତୈଳ ଦର.ପ୍ରଭାବିତ ଭାରତ, ଚୀନ
  • ||
  • ସ୍ପେଶ ଡ଼କିଂ ମିଶନରେ ମିଳିବ ବଡ଼ ସଫଳତା, ୧୫ ମିଟର ଦୂରରେ ୨ ସାଟେଲାଇଟ୍
  • ||
  • ବିଏମ୍‌ସିର ଦ୍ୱିତୀୟ ପଥ ଉତ୍ସବ: ଦୁଲୁକୁଛି ଜାଗମରା ନ୍ୟୁ ରୋଡ୍, ନାଚ, ଗୀତରେ ଝୁମିଲେ ସହରବାସୀ
  • ||
  • କୁମ୍ଭମେଳାକୁ ଗଡିବ ହାଇ-ଏଣ୍ଡ ପ୍ରିମିୟମ ବସ୍‌, ରବିବାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଶୀତରେ ଲାଗି ସାମୟିକ ବିରତି: ଆଜିଠୁ କମିବ ଥଣ୍ଡା, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ମହିଳାଙ୍କ ସ୍ଥିତି ଦେଖ, ତାଲିବାନକୁ ଦିଅ ନାହିଁ ମାନ୍ୟତା ; ମୁସଲିମ୍ ନେତାଙ୍କୁ ଅନୁରୋଧ କଲେ ନୋବେଲ ବିଜେତା ମଲାଲା

Published By : Prameya | January 12, 2025 10:25 PM

ନୂଆଦିଲ୍ଲୀ – ମୁସଲିମ୍‌ ନେତାଙ୍କୁ ଚେତାଇଲେ ମଲାଲା। ସ୍ଥିତି ଆହୁରି ସାଂଘାତିକ ହେବା ପୂର୍ବରୁ ବତାଇଲେ ଉପାୟ। ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜଇ , ରବିବାର ମୁସଲିମ୍‌ ନେତାଙ୍କ ସାମନାରେ ତାଲିବାନ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ସେ କହିଛନ୍ତି କି, ମୁସଲିମ୍‌ ନେତାଙ୍କୁ ତାଲିବାନ ସରକାରଙ୍କୁ ମାନ୍ୟତା ଦେବା ପୂର୍ବରୁ ପୁଣି ଥରେ ସେଠାରେ ମହିଳା ଓ ଶିଶୁଙ୍କ ସହ ହେଉ ଥିବା ବ୍ୟବହାର ଉପରେ ନଜର ପକାଇବା ଉଚିତ୍‌। ମଲାଲା ଅନେକ ନେତାଙ୍କୁ ଗୁହାରୀ କରିଛନ୍ତି କି, ସେ ତାଲିବାନ ସରକାରକୁ ମାନ୍ୟତା ଦିଅନ୍ତୁ ନାହିଁ ଏବଂ ମହିଳାଙ୍କ ଉପରେ ଅତ୍ୟାଚାର କରିବା ଯୋଗୁଁ ତାଙ୍କର ସମାଲୋଚନା ମଧ୍ୟ କରନ୍ତୁ।

ପାକିସ୍ତାନ ରାଜଧାନୀ ଇସଲାମାବାଦରେ ଝିଅଙ୍କ ଶିକ୍ଷା ଉପରେ ଆୟୋଜିତ ଏକ ଶିଖର ସମ୍ମିଳନୀ ବେଳେ ମଲାଲା ମହିଳାଙ୍କ ନ୍ୟାୟ ପାଇଁ ସ୍ୱର ଉଠାଇଛନ୍ତି। ନୋବେଲ ବିଜେତା ନେତାଙ୍କୁ ସମ୍ୱୋଧିକ କରି କହିଛନ୍ତି ଯେ, ଆପଣଙ୍କୁ ତାଲିବାନକୁ ବୈଧ କରାଇବା ଉଚିତ ନୁହେଁ । ଇସଲାମୀ ଦୁନିଆର ନେତା ହେବା ଯୋଗୁଁ ଏବେ ନିଜର ସ୍ୱର ଉଠାଇବା ଓ ନିଜର ଶକ୍ତିର ବ୍ୟବହାର କରିବାର ସମୟ। ଆପଣଙ୍କୁ ସଚ୍ଚା ନେତୃତ୍ୱ ଦେଖାଇବାକୁ ହେବ, ସଚ୍ଚା ଇସଲାମ ଦେଖାଇବାର ଅଛି। 

ମୁସଲିମ ବହୁଳ ଦେଶଗୁଡ଼ିକର ମନ୍ତ୍ରୀ ଓ ଶିକ୍ଷା ଅଧିକାରୀଙ୍କ ମଧ୍ୟରେ ବସିଥିବା ମଲାଲା କହିଛନ୍ତି, ଯଦି ଆମେ ସ୍ପଷ୍ଟ ଶବ୍ଦରେ କହିବା ତ ତାଲିବାନ ମହିଳାଙ୍କୁ ମଣିଷ ଭାବୁନି। ସେ ଖରାପ କାମକୁ ସାଂସ୍କୃତିକ ଓ ଧାର୍ମିକ ମୁଖା ପିନ୍ଧାଇ ଦିଅନ୍ତି। ସେମାନେ ପୂର୍ବରୁ ମଧ୍ୟ ଏମିତି କରି ସାରିଛନ୍ତି ଏବଂ ପୁଣି ଥରେ ଏମିତି ହିଁ କରୁଛନ୍ତି। 

ଉଲ୍ଲେଖନୀୟ ଯେ, ଆମେରିକୀୟ ସେନା ଯିବା ପରେ ତାଲିବାନ ୨୦୨୧ରେ ଆଫଗାନିସ୍ତାନର କ୍ଷମତାକୁ କବଜା କରି ନେଇଥିଲା। ଏହାପର ତାଲିବାନ ସରକାର ଇସଲାମୀ ଆଇନକୁ ଦୃଢ ଭାଗେ ଲାଗୁ କରି ,ଝିଅଙ୍କ ପାଠପଢା ଉପର ପ୍ରତିବନ୍ଧ ଲଗେଇ ଦେଲା। ଏହି ସମୟରେ ଆଫଗାନିସ୍ତାନ ଗୋଟିଏ ମାତ୍ର ଦେଶ, ଯେଉଁଠାରେ ଏହି ପ୍ରକାରର ପ୍ରତିବନ୍ଧକ ଲଗାଯାଇଛି। ସଂଯୁକ୍ତ ରାଷ୍ଟ୍ର ତାଲିବାନର ଏହି ପଦକ୍ଷେପକୁ ନିନ୍ଦା କରିଛି ଏବଂ ଏହାକୁ ଲିଙ୍ଗଗତ ଭେଦଭାବ କହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.