ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଗାଜା ପାଇଁ ବଡ଼ ଯୋଜନା କରୁଛି ଇସ୍ରାଏଲ, ମୋସାଦ ମୁଖ୍ୟଙ୍କୁ ଗୁରୁ ଦାୟିତ୍ବ ଦେଲେ ନେତାନ୍ୟାହୁ

Published By : Tapas Panda | January 12, 2025 9:17 PM

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ୧୫ ମାସରୁ ଅଧିକ ବିତିଲାଣି । କିନ୍ତୁ ଏବେ ସୁଦ୍ଧା ଶାନ୍ତି ଫେରି ପାରିନାହିଁ । ଇସ୍ରାଏଲ ସେନା ଲଗାତାର ଗାଜା ଉପରେ ଆକ୍ରମଣ କରୁଛି । ହମାସର ଦୁଇ ଜଣ ମୁଖ୍ୟ କମାଣ୍ଡର ନିପାତ ହେବା ପରେ ମଧ୍ୟ ହମାସ ଗୋଷ୍ଠୀ ଇସ୍ରାଏଲ ସେନା ସହ ଲଢ଼େଇ ଜାରି ରଖିଛି । ଏସବୁ ଭିତରେ ଗାଜା ପାଇଁ ବଡ଼ ଯୋଜନା କରିଛି ଇସ୍ରାଏଲ ।  

ଯୁଦ୍ଧ ବିରାମ ଲାଗି ହେଉଥିବା ଚର୍ଚ୍ଚାର ପ୍ରଗତି ଲାଗି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗ୍ରୀନ ସିଗନାଲ ଦେଇଛନ୍ତି । ଏଥିପାଇଁ ନିଜର ଗୁଇନ୍ଦା ଏଜେନ୍ସି ମୋସାଦର ମୁଖ୍ୟଙ୍କୁ ଯୁଦ୍ଧ ବିରାମ ଉପରେ ଆଲୋଚନା ଆଗକୁ ବଢ଼ାଇବା ଲାଗି ପଠାଇବାକୁ ଅନୁମତି ଦେଇଛନ୍ତି । ଫଳରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ । ଏବେ ସୁଦ୍ଧା ଇସ୍ରାଏଲ-ହମାସ ଯୁଦ୍ଧ ରୋକିବା ଦିଗରେ ଏହା ନେତାନ୍ୟାହୁଙ୍କ ସବୁଠାରୁ ବଡ଼ ପଦକ୍ଷେପ । 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ମୋସାଦର ମୁଖ୍ୟ ଡେଭିଡ ବର୍ନିୟା କତାରର ରାଜଧାନୀ ଦୋହା କେବେ ଯିବେ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ସେଠାରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଆଲୋଚନା ହେଉଛି । ଏହି ଆଲୋଚନାରେ ମୋସାଦ ମୁଖ୍ୟ ଉପସ୍ଥିତ ରହିଲେ ଯୁଦ୍ଧ ବିରାମ ନେଇ ଆଲୋଚନା ଫଳପ୍ରଦ ହୋଇପାରିବ ବୋଲି କୁହାଯାଉଛି । ଗତ ୧୫ ମାସର ଯୁଦ୍ଧ ମଧ୍ୟରେ କେବଳ ଥରେ ଯୁଦ୍ଧ ବିରାମ ଉପରେ ସହମତି ହୋଇଥିଲା । ପରେ ଆମେରିକା, ଇଜିପ୍ଟ ଏବଂ କତାରର ମଧ୍ୟସ୍ଥତାରେ ଅନେକ ଥର ଯୁଦ୍ଧ ବିରାମ ନେଇ ଆଲୋଚନା ହୋଇଥିଲେ ହେଁ କୌଣସି ସୁଫଳ ମିଳିପାରି ନାହିଁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.