ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଇସ୍ରାଏଲରେ ରାଜନୈତିକ ସଙ୍କଟ; ନେତାନ୍ୟାହୁଙ୍କ ଗଠବନ୍ଧନରୁ ଇସ୍ତଫା ଦେଲା ଅଲଟ୍ରା-ଅର୍ଥୋଡକ୍ସ ପାର୍ଟି

Published By : Bijay Swain | July 15, 2025 6:40 PM

Image courtesy: wion

ଜେରୁଜେଲମ: ଇସ୍ରାଏଲର ଅଲଟ୍ରା-ଅର୍ଥୋଡକ୍ସ ୟୁନାଇଟେଡ୍ ଟୋରା ଜୁଡାଇଜିମ (UTJ) ପାର୍ଟି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଗଠବନ୍ଧନ ସରକାରରୁ ଇସ୍ତଫା ଦେଇଛି। ଏହି ନିଷ୍ପତ୍ତି ଯେଶିଭା (ଧାର୍ମିକ ଶିକ୍ଷାନୁଷ୍ଠାନ) ଛାତ୍ରମାନଙ୍କୁ ବାଧ୍ୟତାମୂଳକ ସୈନ୍ୟ ସେବାରୁ ଛାଡ଼ ଦେବା ପାଇଁ ଏକ ବିଲ ପାସ କରିବାରେ ସରକାରଙ୍କ ବିଫଳତା ହେତୁ ନିଆଯାଇଛି। UTJର ଦୁଇ ଗୋଷ୍ଠୀ ଡେଗେଲ ହାଟୋରା ଓ ଆଗୁଡାଟ ଇସରାଏଲ ଏହି ଘୋଷଣା କରିଛନ୍ତି। ଯାହା ନେତାନ୍ୟାହୁଙ୍କ ୬୪ ସଦସ୍ୟ ବିଶିଷ୍ଟ ଗଠବନ୍ଧନକୁ ଅସ୍ଥିର କରିଦେଇଛି।

UTJର ସାତ ଜଣ କେନସେଟ ସଦସ୍ୟ ଥିବା ଏହି ପାର୍ଟି ଦୀର୍ଘ ସମୟ ଧରି ଅଲଟ୍ରା-ଅର୍ଥୋଡକ୍ସ ଯୁବକମାନଙ୍କ ପାଇଁ ସୈନ୍ୟ ସେବା ଛାଡ଼ର ପକ୍ଷପାତୀ ରହିଛି। ଜୁନ ୨୦୨୪ରେ ଇସ୍ରାଏଲର ସୁପ୍ରିମ କୋର୍ଟ ଏହି ଛାଡ଼କୁ ଅସାମ୍ବିଧାନିକ ଘୋଷଣା କରିବା ପରେ, UTJ ସରକାରଙ୍କୁ ଏକ ନୂତନ ଆଇନ ପାସ କରିବାକୁ ସରକାରଙ୍କ ଉପରେ ଚାପ ପକାଇଥିଲା। କିନ୍ତୁ ଗଠବନ୍ଧନ ଭିତରେ ମତଭେଦ ଓ ବିରୋଧୀ ଦଳମାନଙ୍କ ବିରୋଧ ହେତୁ ଏହି ବିଲ ପାସ ହୋଇପାରିନଥିଲା। ଯାହାଫଳରେ UTJର ନେତା ମୋଶେ ଗାଫନି ଏହାକୁ ଅଗ୍ରାହ୍ୟ ବୋଲି ଅଭିହିତ କରି ଗତ ସୋମବାର ସନ୍ଧ୍ୟାରେ ଗଠବନ୍ଧନ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

UTJର ଇସ୍ତଫା ସତ୍ତ୍ୱେ, ନେତାନ୍ୟାହୁଙ୍କ ଗଠବନ୍ଧନ ଏବେ ମଧ୍ୟ ୫୭ ସଦସ୍ୟଙ୍କ ସହ ସଂଖ୍ୟାଗରିଷ୍ଠତା ବଜାୟ ରଖିଛି। କାରଣ ୧୨୦ ସିଟ ବିଶିଷ୍ଟ ଆସନରେ ସରକାର ଗଢିବା ପାଇଁ ମ୍ୟାଜିକ ନମ୍ୱର ୬୧ ରହିଛି। କିନ୍ତୁ ଇସ୍ରାଏଲରେ ଏକାଧିକ ଛୋଟବଡ ଦଳ ଥିବାରୁ ପ୍ରାୟ ଦଳଙ୍କୁ ସରକାର ଗଢିବା ପାଇଁ ଗଠବନ୍ଧନର ଆବଶ୍ୟକତା ରହିଥାଏ। ତେବେ, ଏହି ନୂଆ ନିଷ୍ପତ୍ତି ଶାସନବାର ସମ୍ଭାଳୁଥିବା ସରକାରଙ୍କୁ ଅଧିକ ଦୁର୍ବଳ କରିଦେଇଛି ଏବଂ ଅନ୍ୟ ଗଠବନ୍ଧନ ଦଳମାନଙ୍କ ଉପରେ ନିର୍ଭରଶୀଳତା ବଢ଼ାଇଛି। ବିରୋଧୀ ଦଳ ନେତା ୟାଇର ଲାପିଡ ଏହି ସଙ୍କଟକୁ ନେତାନ୍ୟାହୁଙ୍କ "ଅପାରଗତା"ର ପ୍ରମାଣ ବୋଲି କହିବା ସହିତ ନୂତନ ନିର୍ବାଚନ ପାଇଁ ଦାବି କରିଛନ୍ତି।

UTJର ଇସ୍ତଫା ନେତାନ୍ୟାହୁଙ୍କୁ ଅନ୍ୟ ଦଳମାନଙ୍କ ସହ ନୂତନ ମେଣ୍ଟ ଗଠନ କରିବାକୁ ବାଧ୍ୟ କରିପାରେ କିମ୍ବା ଦେଶରେ ପୁଣିଥରେ ନିର୍ବାଚନ କରେଇକୁ ବାଧ୍ୟ କରିପାରେ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି। ତେବେ ଏହି ନିଷ୍ପତ୍ତି ଇସ୍ରାଏଲର ରାଜନୈତିକ ପରିସ୍ଥିତିକୁ ଆହୁରି ଜଟିଳ କରିଛି, ଯେଉଁଠାରେ ଧାର୍ମିକ ଓ ଧର୍ମନିରପେକ୍ଷ ଗୋଷ୍ଠୀ ମନୋଭାବ ମଧ୍ୟରେ ଦୀର୍ଘ ଦିନ ଧରି ସଂଘର୍ଷ ଚାଲିଆସୁଛି।

ଦେଖିବାକୁ ଗଲେ ନେତାନ୍ୟାହୁ ବର୍ତ୍ତମାନ ମଧ୍ୟ ସଂଖ୍ୟା ଗରିଷ୍ଠତା ସହ ସରକାରର ମଙ୍ଗ ସମ୍ଭାଳୁଛନ୍ତି। ତେବେ UTJର ଇସ୍ତପା ପରେ ସେ ନିଜ ସଂଖ୍ୟାଗରିଷ୍ଠତା ହରାଇଦେଇଛନ୍ତି। ଏହାର ମାନେ ତତ୍କାଳିନ ପ୍ରଭାବରେ ଆଉଥରେ ନିର୍ବାଚନ ହେବାର କୌଣସି ସମ୍ଭାବନା ନାହିଁ। ତେବେ ଆଗକୁ ଯଦି ପରିସ୍ଥିତି ଆହୁରି ବିଗିଡେ ତେବେ ପୁଣିଥରେ ନିର୍ବାଚନ ହେବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତି ଆଗାମୀ ନିର୍ବାଚନରେ ନେତାନ୍ୟାହୁହ୍କ ଉପରେ କିଭଳି ପ୍ରଭାବ ପକାଇବ ତାହା ଦେଖିବା ବାକି ରହିଲା ବୋଲି ବିଶେଷଜ୍ଞମାନେ ମତ୍ତପ୍ରକାଶ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.