ପ୍ରମୂଖ ଖବର
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ହେବ ସ୍ୱତନ୍ତ୍ର , VVIPରେ ଜିନପିଙ୍ଗଙ୍କୁ ମଧ୍ୟ ନିମନ୍ତ୍ରଣ

Published By : Prameya | January 12, 2025 5:09 PM

ନୂଆଦିଲ୍ଲୀ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୪୭ତମ ରାଷ୍ଟ୍ରପତି ଭାବ ଶପଥ ନେବାକୁ ପ୍ରସ୍ତୁତ ହେଉଛନ୍ତି। ତାଙ୍କର ଶପଥ ଗ୍ରହଣ ସମାରୋହ ୨୦ ଜାନୁଆରୀରେ ୱାଶିଂଟନ ଡିସିର କ୍ୟାପିଟାଲ ବିଲ୍ଡିଂରେ ହେବ। ଏହି କାର୍ଯ୍ୟକ୍ରମରେ ବିଶ୍ୱସ୍ତରୀୟ ନେତାଙ୍କ ଠାରୁ ନେଇ ପ୍ରସିଦ୍ଧ ଟେକ୍ନିକାଲ ବ୍ୟକ୍ତି ଓ ପ୍ରତି କ୍ଷେତ୍ରର ଲୋକ ସାମିଲ ହେବେ। ଆମେରିକା ପକ୍ଷରୁ ଭାରତ ଓ ଚୀନକୁ ମଧ୍ୟ ଏହି ବିଶେଷ କାର୍ଯ୍ୟକ୍ରମର ନିମନ୍ତ୍ରଣ ପଠାଯାଇଛି। ଭାରତ ପକ୍ଷରୁ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ସେପଟେ ଚୀନ୍‌ର ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ନେଇ ଏବେ କୌଣସି ଖବର ସାମନାକୁ ଆସି ନାହିଁ। ଚୀନ୍‌ରୁ ଉପରାଷ୍ଟ୍ରପତି  ବା ବିଦେଶମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି।

ରିପୋର୍ଟସ ମୁତାବିକ, ଆମେରିକା ଓ ବୈଶ୍ୱିକ ଜଗତର ଅନେକ ଲୋକ ଟ୍ରମ୍ପଙ୍କ ଏହି ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ଚେଷ୍ଟା କରୁଛନ୍ତି। ଯାହାକି ସେମାନେ ଆଗାମୀ ସମୟରେ ଟ୍ରମ୍ପ ପ୍ରଶାସନ ସହ ନିଜର ସମର୍ଥନ ବ୍ୟକ୍ତ କରିପାରବେ। ଆମେରିକୀୟ ଟେକନିକ୍ ଜଗତର ଅନେକ ଉଦ୍ୟୋଗପତି ଏହି କାର୍ଯ୍ୟକ୍ରମ ପାଇଁ ଚାନ୍ଦା ଦେଇ ସାରିଛନ୍ତି।

ଐତିହାସିକ ଭାବେ କହିବା ତ ଆମେରିକାର ରାଷ୍ଟ୍ରପତିଙ୍କର ଶପଥ ଗ୍ରହଣ ସମାରୋହରେ ବୈଶ୍ୱିକ ନେତାଙ୍କୁ ଆମନ୍ତ୍ରିତ କରାଯାଇ ନଥାଏ। କିନ୍ତୁ ନିଜର ସ୍ୱତନ୍ତ୍ର ବ୍ୟବହାର ପାଇଁ ଜଣାଶୁଣା ଟ୍ରମ୍ପ ଏହି ପରମ୍ପରାକୁ ବଦଳାଇ ଦେଇଛନ୍ତି। ଟ୍ରମ୍ପଙ୍କ ଅତିଥିଙ୍କ ତାଲିକାରେ ସବୁଠୁ ବଡ଼ ନାଁ ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କର ରହିଛି। ବୈଶ୍ୱିକ ସ୍ତରରେ ଆମେରିକାର ସବୁଠୁ ବଡ଼ ପ୍ରତିସ୍ପର୍ଦ୍ଧା ଚୀନର ରାଷ୍ଟ୍ରପତିଙ୍କୁ ନିଜର ଶପଥ ଗ୍ରହଣକୁ ଡାକିବା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ମାମଲାରେ ବୟାନ ଦେଇ ଟ୍ରମ୍ପଙ୍କ ପ୍ରବକ୍ତା ଲେଭିଟ କହିଛନ୍ତି କି ଟ୍ରମ୍ପ କେବଳ ନିଜର ବନ୍ଧୁ ନୁହେଁ , ଶତ୍ରୁ ଏବଂ ସେହି ଲୋକଙ୍କୁ ବି ଡାକିବାକୁ ଚାହାନ୍ତି , ଯାହା ସହ ଆମେରିକା କମ୍ପିଟିସନ କରୁଛି। ହେଲେ ଚୀନ ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ସାମିଲ ହେବାର ସମ୍ଭାବନା ନାହିଁ, ଉପରାଷ୍ଟ୍ରପତି ହାନ ଝୋଙ୍ଗ ବା ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଆମେରିକା ପଠାଯାଇ ପାରେ । ରିପୋର୍ଟ୍ସ ମୁତାବିକ ଏହି କାର୍ଯ୍ୟକ୍ରମରେ ଇଟାଲୀ ,ଅଲ ସଲଭାଡୋର, ଆର୍ଜେଣ୍ଟିନା ଆଦି ଦେଶର ନେତାଙ୍କ ସାମିଲ ହେବାର ଆଶା ରହିଛି। 

ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତ ପକ୍ଷରୁ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଭାଗ ନେବେ। ସରକାରଙ୍କ ପକ୍ଷରୁ ରବିବାର ଘୋଷଣା କରାଯାଇଛି କି, ବିଦେଶ ମନ୍ତ୍ରୀ ୨୦ଜାନୁଆରୀରେ ୱାଶିଂଟନ ଡିସିରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାସହ ସେ ସେଠାରେ ଥିବା ଅନେକ ବୈଶ୍ୱିକ ନେତାଙ୍କ ସହ ବୈଠକ ମଧ୍ୟ କରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.