ନୀଳଗିରି, ୧୫/୩ : ହୋଲିରେ ଚାଲିଥିଲା ଚୋରା ମଦ ବେପାର। ମାଡ଼ି ବସିଲା ନୀଳଗିରି ପୋଲିସ। ବିପୁଳ ପରିମାଣର ମଦ ଜବତ। ଚୋରା କାରବାର ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କଲା ପୋଲିସ।
ସୂଚନାନୁଯାୟୀ, ନୀଳଗିରି ଥାନା ଅଧିନ ଗୋପୀନାଥପୁର ରେଳଷ୍ଟେସନ ନିକଟରେ ବହୁଦିନରୁ ଦେଶୀ ଓ ବିଦେଶୀ ମଦ ବିକ୍ରି ହୋଇଆସୁଥିଲା। ଆଜି ହୋଲି ପାଇଁ ବିଦେଶୀ ମଦ ଦୋକାନ ବନ୍ଦ ହୋଇଥିବା ବେଳେ ବେପାରୀମାନେ ଚୋରାରେ ମଦ ବିକ୍ରି କରୁଥିଲେ। ପୂର୍ବରୁ ଅଧିକ ମଦ ଆଣି ଘରେ ଗଛିତ କରି ଆଜି ଚଢା ଦରରେ ବିକ୍ରି କରୁଥିଲେ। ଆଜି ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଗୋପୀନାଥପୁର ରେଳ ଷ୍ଟେସନ ଆଗରେ ଏକ ଘରେ ଅଚାନକ ଚଢାଉ କରିଥିଲା। ଚଢାଉ ବେଳେ ବିପୁଳ ପରିମାଣର ମଦ ଜବତ ହୋଇଛି। ଏହା ସହ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି।
ଏହି ଖବରଟିକୁ ପଢନ୍ତୁ- ହୋଲିରେ ଜାଳିଲା, କଲବଲ କଲା... ପଶ୍ଚିମ ଓଡ଼ିଶାରେ କାଲିଠୁ ଆଜି ବେଶୀ ତାତି ବଢିଲା