ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ହୋଲିରେ ଜାଳିଲା, କଲବଲ କଲା... ପଶ୍ଚିମ ଓଡ଼ିଶାରେ କାଲିଠୁ ଆଜି ବେଶୀ ତାତି ବଢିଲା

Published By : Rasmita Pradhan | March 15, 2025 1:41 PM

ଭୁବନେଶ୍ଵର, ୧୫/୦୩ : ହୋଲିରେ ଜାଳିଲା, କଲବଲ କଲା। କାଲିଠୁ ଆଜି ବେଶୀ ତାତି ବଢିଲା। ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ହେଲା। ଦିନ ସାଢେ ୧୧ଟା ସୁଦ୍ଧା ସମ୍ବଲପୁରରେ ତାତି ୩୭ ଡିଗ୍ରୀ ଟପିଲା। ଜିଲ୍ଲାରେ ଆଜି ତାପମାତ୍ରା ସର୍ବାଧିକ ୩୭.୭ ଡିଗ୍ରୀ ରେକର୍ଡ ହୋଇଛି। ଗତକାଲି ୩୬.୬ ଡିଗ୍ରୀ ରେକର୍ଡ ହୋଇଥିଲା। 

ରାଜ୍ୟରେ ଏବେ ନିର୍ଘାତ ଖରା। ଦିନ  ୧୧ଟାରୁ ୪ଟା ବେହାଲ୍‌ କରି ଦେଉଛି ତାତି। ଝାଇଁଝାଇଁ କରିଦେଉଛି ତତଲା ପବନ। ଆଗକୁ ଗ୍ରୀଷ୍ମ ଲହରୀ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ୧୬ ତାରିଖରେ ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର,  କଳାହାଣ୍ଡିରେ ଗ୍ରୀଷ୍ମ ଲହରୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ନୂଆପଡ଼ା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ରାତି ତାପମାତ୍ରା ଅସ୍ୱସ୍ତିକର କରିପାରେ । ୧୭ ତାରିଖ (ସୋମବାର) ବଲାଙ୍ଗୀର,  ନୂଆପଡ଼ା ଏବଂ ବରଗଡ଼ରେ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଛି । ୧୮ ତାରିଖରୁ ରାଜ୍ୟରେ ଗରମ ପ୍ରକୋପ କମିବ । ତେବେ ଆଗାମୀ ଦୁଇ ସପ୍ତାହ ପାଇଁ ପାଣିପାଗ ବିଭାଗ ଜାରି  କରିଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ ୧୩ରୁ ୧୭ ଓଡ଼ିଶାରେ  ଗ୍ରୀଷ୍ମ ଲହରୀ ରହିବ । ଏହା ପରେ ବି ଓଡ଼ିଶାର କିଛି ଜାଗାରେ ଗ୍ରୀଷ୍ମ  ଲହରୀ ରହିପାରେ।

ଏହି ଖବରଟିକୁ ପଢନ୍ତୁ-ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.