ଆଠଗଡ଼, ୧୫।୩ : ଯୋଡୁମ ଥାନା ଅନ୍ତର୍ଗତ ସୀତାରାମପୁର ନିକଟରେ ଭାରସାମ୍ୟ ହରାଇ ବାଇକ ବିଦ୍ୟୁତ ଖୁଣ୍ଟରେ ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକମାନେ ହେଲେ ନରସିଂହପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ନୂଆଗଡ ଗ୍ରାମର ଅଭିମନ୍ୟୁ ଅମାନ୍ତ (୨୨) ଏବଂ କୃଷ୍ଣ ପ୍ରସାଦ ଗ୍ରାମର ଆଶିଷ ବେହେରା ।
ଉଭୟ ବାଇକ୍ ରେ ଯୋଡ଼ୁମ୍ ଥାନା ଅନ୍ତର୍ଗତ ସରଧାପୁର ଆଡୁ ନରସିଂହପୁର ଆଡକୁ ଆସୁଥିଲେ। ଏହି ସମୟରେ ସୀତାରାମପୁର ନିକଟରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲେ। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଉଦ୍ଧାର କରି ନରସିଂହପୁର ଗୋଷ୍ଡୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ଯୋଡୁମ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରହିଛି।