ପ୍ରମୂଖ ଖବର
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ,୨୨ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ
  • ||
  • ବଲାଙ୍ଗୀର : ଟିକ୍ରାପଡ଼ା-ଝିଙ୍କିଡୁଙ୍ଗୁରି ରାସ୍ତାରେ ବାଇକ୍‌ ଦୁର୍ଘଟଣା, ବାଇକ୍‌ ଆରୋହୀ ମୃତ
  • ||
  • ଆନନ୍ଦପୁର : ୨୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଗୁଜରାଟ ମଡେଲରେ ଓଡ଼ିଶାରେ ହେବ ପୋଷଣ କେନ୍ଦ୍ର, ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ
  • ||
  • ମୟୂରଭଞ୍ଜ : ପାରିବାରିକ ଅସନ୍ତୋଷରୁ ସ୍ତ୍ରୀକୁ ପିଟିପିଟି ହତ୍ୟା ,ସ୍ୱାମୀ ଫେରାର
  • ||
  • ଜଳେଶ୍ୱରରେ ଲଜ୍ଜ୍ୟା : ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ସମ୍ପର୍କୀୟ କାକା ଫେରାର
  • ||
  • ଶାନ୍ତିପଲ୍ଲୀ ବସ୍ତିରେ ହତ୍ୟା ଘଟଣା: ୩ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଏଆର ରେହମାନ ଅସୁସ୍ଥ, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି
  • ||
  • ଗୁଲୁମୀ ଜଳପ୍ରପାତରେ ବୁଡ଼ି ଛତିଶଗଡ଼ର ଦୁଇ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଗଡଗୋବିନ୍ଦପୁର ପୂର୍ବତନ ସରପଞ୍ଚ କେ ହରିବନ୍ଧୁ ରେଡ୍ଡୀଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କନ୍ଧମାଳ : ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚିରନିଦ୍ରାରେ ପଦ୍ମଭୂଷଣ ରମାକାନ୍ତ ରଥ, ୯୧ ବୟସରେ ତ୍ୟାଗ କଲେ ଶେଷ ନିଶ୍ବାସ
  • ||
  • ଲସ୍କର ଆତଙ୍କୀ ଅବୁ କତାଲ ନିହତ; NIAର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା
  • ||
  • ଭୁବନେଶ୍ୱର : କାର୍‌-ସ୍କୁଟର୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ଓଡ଼ିଶାରେ ଉପରମୁହାଁ ତାତି, ୩ ଦିନ ପାଇଁ ହିଟ୍‌ଓ୍ବେଭ୍ ଆଲର୍ଟ, ୩ ଜିଲ୍ଲାକୁ ରେର୍ଡ ଏବଂ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଭୁବନେଶ୍ବରରେ ହେବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟର, ଶ୍ରୀଘ କାର୍ଯ୍ୟ ଆରମ୍ଭ ନେଇ ସାଂସଦ ଅପରାଜିତାଙ୍କୁ ପ୍ରତିଶ୍ରୁତି ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

Published By : Prameya | March 16, 2025 4:55 PM

ଭୁବନେଶ୍ବର,୧୬।୩ : ଭୁବନେଶ୍ବରରେ ସ୍ଥାପନ ହେବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର ଏକ ସେଣ୍ଟର । ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବାତଙ୍କୁ ଗତ ମାର୍ଚ୍ଚ ୧୩ ରେ ନୂଆଦିଲ୍ଲୀରେ ସାକ୍ଷାତ କରିବା ଅବସରରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ସହ  ଶୀଘ୍ର ଏହାର କାମ ଆରମ୍ଭ ହେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସାଂସଦ ଅପରାଜିତା ସୂଚନା ଦେଇଛନ୍ତି। 

 ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତ ୨୦୨୪ ସେପ୍ଟେମ୍ବର ୧୦ ତାରିଖରେ ବ୍ରାଞ୍ଚ ଅଫ୍ ନାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟ ( ଏନଜିଏମଏ ) ଭୁବନେଶ୍ବରରେ ପ୍ରତିଷ୍ଠା କରିବାକୁ କେନ୍ଦ୍ର ନିକଟରେ ପ୍ରଥମେ ପ୍ରସ୍ତାବ ରଖିଥିଲେ । ସେହିପରି ୨୦୨୪ ମସିହା ସେପ୍ଟେମ୍ବର ୨୫ ରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଭୁବନେଶ୍ବରରେ ଏକ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର ଏକ ବ୍ରାଞ୍ଚ ସ୍ଥାପନ ନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଦାବି ଜଣାଇଥିଲେ । ଏହି ମଡର୍ଣ୍ଣ ଆର୍ଟ ଗ୍ୟାଲେରୀରେ ଖଣ୍ଡଗିରି, ଉଦୟଗିରି, ହାତୀ ଗୁମ୍ଫା, ଲିଙ୍ଗରାଜ ମନ୍ଦିର, ପୁରୀର ଶ୍ରୀ ଜଗନ୍ନଥ ମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର ପରି ସ୍ଥାପତ୍ୟ ସ୍ଥାନ ଦେବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ପୁଣି ଥରେ ରାଜ୍ୟ ସରକାରଙ୍କ ଦାବିକୁ କେନ୍ଦ୍ର ନିକଟରେ ଭୁବନେଶ୍ବର ସାଂସଦ ଦୋହରାଇବା ପରେ  ଏ ଦିଗରେ ସକରାତ୍ମକ ପଦକ୍ଷେପ ଗ୍ରହଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । 

ସାରାଦେଶରେ ଭୁବନେଶ୍ବର ମନ୍ଦିର ମାଳିନୀ ନଗରୀ ଭାବେ ଖ୍ୟାତି ଅର୍ଜନ କରିଛି । ପର୍ଯ୍ୟଟନ ଓ ସଂସ୍କୃତି ଦିଗରୁ ଦେଖିବାକୁ ଗଲେ ଭୁବନେଶ୍ବରରେ ଅନେକ ପ୍ରାଚୀନ କୀର୍ତ୍ତିରାଜି ରହିଛି। ଏବେ ଭୁବନେଶ୍ବର ଏକ କ୍ରମବର୍ଦ୍ଧନଶୀଳ ସହରୀକରଣର ସାମ୍ନା କରୁଛି । ତେଣୁ ଏହି ଅବସରରେ ପର୍ଯ୍ୟଟକଙ୍କୁ ଅଧିକ ସଂଖ୍ୟାରେ ଆକୃଷ୍ଟ କରିବାକୁ ଏବଂ ଆମର ପ୍ରାଚୀନ କୀର୍ତ୍ତିରାଜି ଓ ସମୃଦ୍ଧ ଐତିହ୍ୟ ସମ୍ପର୍କରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଅବଗତ କରିବାକୁ ଭୁବନେଶ୍ବରରେ ଏକ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ କେନ୍ଦ୍ରର ଆବଶ୍ୟକତା ଅନୁଭବ କରାଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଭୁବନେଶ୍ବର ସାଂସଦ ଦାବି ରଖିଥିଲେ ।

 ଓଡ଼ିଶା ଏହାର ସମୃଦ୍ଧ କଳା, ଅଦ୍ବିତୀୟ ଭାସ୍କର୍ଯ୍ୟ ଓ ପ୍ରାଚୀନ ଐତିହାସିକ ସ୍ଥଳକୁ ନେଇ ବେଶ୍ ରୁଦ୍ଧିମନ୍ତ। ତେଣୁ ରାଜଧାନୀ ଭୁବନେଶ୍ବରରେ ଏନଜିଏମଏର ଗୋଟିଏ ବ୍ରାଞ୍ଚ ସ୍ଥାପନ କରାଗଲେ ଏହା ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ପ୍ରସ୍ତାବ ଦେବା ସହିତ ଦାବି ରଖିଥିଲେ ଭୁବନେଶ୍ବର ସାଂସଦ। ଓଡ଼ିଶାରେ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର ଗୋଟିଏ କେନ୍ଦ୍ର ସ୍ଥାପନ ହେଲେ ରାଜ୍ୟର ଅନେକ ପ୍ରଖ୍ୟାତ କଳାକାରଙ୍କ କାରିଗରି ମଧ୍ୟ ଏଠାରେ ସ୍ଥାନ ପାଇପାରିବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ବର୍ତ୍ତମାନ ପୂର୍ବ ଭାରତରେ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର କୌଣସି କେନ୍ଦ୍ର ନଥିବାରୁ ସେହି ଦୃଷ୍ଟିରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଏହାକୁ ସ୍ଥାନ ଦେଇ ପୂର୍ବ ଭାରତରେ ଏହାର ଅଭାବ ପୂରଣ ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଭୁବନେଶ୍ବର ସାଂସଦ। ଭୁବନେଶ୍ବରରେ ଏକ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସ୍ଥାପନ କରାଗଲେ ଏହା ଆମର ଆଗାମୀ ପୀଢିକୁ ଆମର ପ୍ରାଚୀନ ଐତିହ୍ୟ, ସଂସ୍କୃତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିବାରେ ମାର୍ଗଦର୍ଶକ ହେବ ବୋଲି ପ୍ରସ୍ତାବରେ ଉଲ୍ଲେଖ କରିଥିଲେ  ସାଂସଦ ଅପରାଜିତା  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.