ପ୍ରମୂଖ ଖବର
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଜଳୁଛି ପଶ୍ଚିମ ଓଡ଼ିଶା : ବୌଦ୍ଧ ସବୁଠୁ ଉତ୍ତପ୍ତ ସହର

Published By : Prameya | March 16, 2025 6:05 PM

ଭୁବନେଶ୍ବର,୧୨।୩ : ଉପକୂଳରୁ ଉପାନ୍ତ ସବୁଠି ତାତି ତାଉ ଥିବା ବେଳେ ଜଳୁଛି ପଶ୍ଚିମ ଓଡ଼ିଶା । ଅସ୍ତବ୍ୟସ୍ତ କରି ପକାଉଛି ତାତି ସାଙ୍ଗକୁ ଗ୍ରୀଷ୍ମର ଲହରୀ  । ଏବେଠୁ ପଶ୍ଚିମ ଓଡ଼ିଶାରେ  ନିଆଁବର୍ଷା ହେଲାଣି । ପାରଦ ୪୦ ଡିଗ୍ରୀ ଉପରକୁ ପାର କରିଛି।  ୪୦ ଡିଗ୍ରୀ ଉପରେ ରାଜ୍ୟର ୭ ସହର ରହିଛି। ରବିବାର ବୌଦ୍ଧ ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ସେଠାରେ ତାପମାତ୍ରା ୪୩.୬ ଡିଗ୍ରୀ ରହିଛି। ସେହିପରି ଝାରସୁଗୁଡରେ ତାପମାତ୍ରା ୪୨ ଡିଗ୍ରୀ ରହିଛି। ରାଉରକେଲାରେ ୩୯.୮ ଡ଼ିଗ୍ରୀ, ସମ୍ବଲପୁରରେ ୩୯ ଡ଼ିଗ୍ରୀ, ହୀରାକୁଦରେ ୩୮.୪ ଡ଼ିଗ୍ରୀ, କେନ୍ଦୁଝରରେ ଏବଂ ଚାନ୍ଦବାଲିରେ ୩୭.୪ ଡ଼ିଗ୍ରୀ ରେକର୍ଡ ହୋଇଛି ।

ଆଞ୍ଚଳିକ ପାଣିପାଗ ସୂଚନା ଅନୁଯାୟୀ , ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ହିଟ୍ ୱେଭ୍ ସ୍ଥିତି ରହିବ । ରବିବାର ପାଇଁ ସିଭିୟର ହିଟ୍ ୱେଭ୍ ଆଲର୍ଟ ଜାରି ହୋଇଛି । ଝାରସୁଗୁଡା, କଳାହାଣ୍ଡି ଓ ସମ୍ବଲପୁର ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ଅନୁଗୁଳ, ସୁନ୍ଦରଗଡ, ସୋନପୁର ଓ ବୌଦ୍ଧରେ ଅତ୍ୟଧିକ ଖରା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ବଲାଙ୍ଗୀର, ଗଜପତି, କଟକ ଓ ଖୋର୍ଦ୍ଧାରେ ପ୍ରବଳ ଖରା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.