ପ୍ରମୂଖ ଖବର
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଭୁବନେଶ୍ବରେ ହୋଲିରେ ହତ୍ୟା ଘଟଣା, ଧରାପଡିଲେ ୬ ଅଭିଯୁକ୍ତ

Published By : Prameya | March 16, 2025 9:59 PM

ଭୁବନେଶ୍ବର,୧୬।୩ : ରାଜଧାନୀ ଭୁବନେଶ୍ବରରେ ହୋଲି ଦିନ ୨ଟି ହତ୍ୟା ଘଟଣା ଘଟିଥିଲା। ଏହି ୨ଟି ହତ୍ୟା ଘଟଣାରେ ପୋଲିସ ହାତରେ  ୬ ଜଣ ଧରାପଡିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି। ସମେଇଗାଡିଆରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ସେହିପରି ଶାନ୍ତିପଲ୍ଲୀ ବସ୍ତି ହତ୍ୟା ଘଟଣାରେ ୨ ଜଣ ଧରାପଡିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି।

ସମେଇଗାଡ଼ିଆରେ ହୋଲି ଦିନ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିଲା। ଏହି ଘଟଣାରେ  ୪ଜଣଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ଗିରଫ କରିଛି  । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତନ୍ମୟ ବେହେରା ଓରଫ ମିଲୁଙ୍କ ସମେତ, ପଦ୍ମନାଭ ବେହେରା, ପ୍ରଶାନ୍ତ ବେହେରା ଏବଂ ସମୀର ସ୍ୱାଇଁଙ୍କୁ ପୋଲିସ ଗିରଫ କରିଛି   । ଏଥିସହ ଗୋଟିଏ କାର ଏବଂ ଅଟୋକୁ ପୋଲିସ ଜବତ କରିଛି। ପିପିଲି ଅଞ୍ଚଳରୁ ତନ୍ମୟଙ୍କୁ ଗିରଫ କରିଥିଲା ପୋଲିସ । ପୋଲିସର ଗିରଫ ଭୟରେ ଡ଼ିମିରି ଫଳ ତନ୍ମୟ ଖାଇଦେଇଥିଲା। ପିପିଲି ପୋଲିସ ସହାୟତାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେ ଏବେ ସୁସ୍ଥ ଅଛନ୍ତି । ଗିରଫ ଅଭିଯୁକ୍ତଙ୍କ ନାଁରେ କମିସନରେଟ ପୋଲିସ ର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି  । ରାସ୍ତାରେ ସାମାନ୍ୟ ଗଣ୍ଡଗୋଳକୁ ନେଇ ଏଭଳି ହତ୍ୟା କାଣ୍ଡ ହୋଇଥିବା ପୋଲିସ ସୂଚନା ଦେଇଛି।

ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ହୋଲି ପାଇଁ ଡିଜେ ଗୀତରେ କିଛି ଯୁବକ ନାଚୁଥିଲେ। ଏହି ସମୟରେ ସେଠାକୁ କିଛି ଯୁବକ ଆସିଥିଲେ । ସେମାନେ ଗୁପୀ ଗୁଣି ସହ ଝଗଡା କରିଥିଲେ । ପରେ ଦୁର୍ବୃତ୍ତମାନେ ଛୁରୀରେ ଗୁପିଙ୍କ ପେଟ ଓ  ଛାତିକୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଗୁପିଙ୍କ ମୃତ୍ୟୁ ହୋଇଥିଲା। ଆକ୍ରମଣକାରୀଙ୍କ ଆକ୍ରମଣରେ ଅନ୍ୟ ଜଣେ ମହିଳା ମଧ୍ୟ ଆହତ ହୋଇଥିଲେ । ଏହି ଘଟଣାରେ ସହିଦନଗର ଥାନା ପୋଲିସ ହାତରେ ୨ ଜଣ ଧରାପଡିଛନ୍ତି। ଜଣେ ଅଭିଯୁକ୍ତ  ବାବା ଗୁନିଙ୍କୁ ଗିରଫ କରାଯାଇଥିବା  ବେଳେ  ଜଣେ ନାବାଳକଙ୍କୁ ଅଟକ ରଖାଯାଇଛି।  ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ପିଙ୍କୁ ଗୁନି ଫେରାର ରହିଛି। ଗିରଫ ଅଭିଯୁକ୍ତ ବାନା ଗୁନି ନାଁରେ କମିସନରେଟ ପୋଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.