ପ୍ରମୂଖ ଖବର
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଟିକ୍ରାପଡ଼ା-ଝିଙ୍କିଡୁଙ୍ଗୁରି ରାସ୍ତାରେ ବାଇକ୍‌ ଦୁର୍ଘଟଣା, ବାଇକ୍‌ ଆରୋହୀ ମୃତ

Published By : Harapriya Sethi | March 16, 2025 2:05 PM

ସଇନ୍ତଳା,୧୭/୦୩: ଟିକ୍ରାପଡ଼ା-ଝିଙ୍କିଡୁଙ୍ଗୁରି ରାସ୍ତାରେ ଘଟିଥିବା ଏକ ବାଇକ୍ ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଉଦ୍ଧବ ପଧାନ(୫୫) ବୋଲି ଜଣାପଡ଼ିଛି । ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ଟିକ୍ରାପଡ଼ା ଫାଣ୍ଡି ଟିକ୍ରାପଡ଼ା-ଝିଙ୍କିଡୁଙ୍ଗୁରି ରାସ୍ତାରେ ଏଭଳି ଘଟଣା 

ସୂଚନା ମୁତାବକ, ଉଦ୍ଧବଙ୍କ ପୈତୃକ ଗ୍ରାମ ଜୁରାବନ୍ଧ ପଞ୍ଚାୟତ ଅଧିନ କେଓମାଲ ଗ୍ରାମ ହୋଇଥିବା ବେଳେ ସେ ପରିବାର ନେଇ ଶ୍ୱଶୁର ଘର ଗାଁ ଝିଙ୍କିଡୁଙ୍ଗୁରିରେ ଗତ ୧୨-୧୫ ବର୍ଷ ହେବ ରହି ଆସୁଥିଲେ । କୌଣସି କାମରେ ବାହାରକୁ ଯାଇ ଶନିବାର (ସମୟ ଜଣାପଡ଼ି ନାହିଁ) ଝିଙ୍କିଡୁଙ୍ଗୁରିକୁ ବୁଲେଟ ଯୋଗେ ଫେରୁଥିଲେ । ଫେରିବା ବେଳେ ବୁଲେଟଟି ଭାରସାମ୍ୟ ହରାଇ ଏକ ନିମ୍ୱ ଗଛରେ ପିଟି ହୋଇଥିଲା। ରବିବାର ସକାଳେ ଉଦ୍ଧବଙ୍କୁ ବୁଲେଟ ସହ ରାସ୍ତା ପାର୍ଶ୍ଵ ବିଲ ମଧ୍ୟରେ ପଡ଼ିଥିବା ଲୋକେ ଦେଖିବାରୁ ଦୁର୍ଘଟଣା ସମ୍ବନ୍ଧରେ ଜଣାପଡ଼ିଥିଲା । ଖବର ପାଇ ଟିକ୍ରାପଡ଼ା ଫାଣ୍ଡି ଅଧିକାରୀ, ସଇନ୍ତଳା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଲେଟ ଜବତ ସହ ମର ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.