ପ୍ରମୂଖ ଖବର
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ସମୁଦ୍ରରେ ଗାଧୋଇବା ବେଳେ ବୁଡିଯାଇ ବାଳକ ମୃତ

Published By : Prameya | March 15, 2025 7:34 PM

ଛତ୍ରପୁର,୧୫।୩ (ଆ ପ୍ର ): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନୁର୍ଗତ ପୋଡ଼ମପେଟା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ସମୁଦ୍ରରେ ଗାଧୋଇବା ବେଳେ ବୁଡିଯାଇ ଜଣେ ନାବାଳକର ମୃତ୍ୟୁ ଘଟିଛି।   ନାବାଳକ ଜଣକ ହେଲେ ବି.ଚନ୍ଦନ (୧୧)। 

ପୋଡ଼ମପେଟା ଗ୍ରାମର ବି.ବାବାଜୀ ଙ୍କ ପୁଅ ବି.ଚନ୍ଦନ (ଚନ୍ଦୁ) ସାଙ୍ଗମାନଙ୍କ ସହ ହୋଲି ଖେଳ ସାରି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଅସାବଧନତା ହେତୁ ଦୁଇ ଜଣ ବୁଡି ଯାଇଥିଲେ। ସେଠାରେ ଉପସ୍ଥିତ ଥ‌ିବା କିଛି ଯୁବକ ସେମାନଙ୍କୁ ଉଦ୍ଧାର କରି  ଗଞ୍ଜାମ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଜଣେ ଛାତ୍ରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥୂବାବେଳେ ଚନ୍ଦୁଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିଲା I ତାଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କଲାପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଫଳରେ ଛତ୍ରପୁର ମେଡିକାଲ ପରିସର ଶୋକର ଛାୟା ଖେଳିଯାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.