ଭୁବନେଶ୍ବର, ୧୫/୩ : ହୋଲିରେ ଅଘଟଣ । ବଡ଼ମ୍ବା ଭଟ୍ଟାରିକା ମହାନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଯୁବକ। ଯୁବକ ମଙ୍ଗରାଜପୁର ଗାଁର ୨୭ବର୍ଷୀୟ ପ୍ରମୋଦ ରାଉତ ବୋଲି ଜଣାପଡ଼ିଛି । ୩ ଜଣ ସାଙ୍ଗମାନଙ୍କ ସହ ହୋଲି ଖେଳି ସାରି ଗାଧୋଇବାକୁ ଭଟ୍ଟାରିକା ପୀଠସ୍ଥିତ ମହାନଦୀକୁ ଆସିଥିଲେ ।
ଗାଧୋଉଥିବାବେଳେ ୩ଯୁବକ ବୁଡ଼ି ଯାଉଥିବା ଦେଖି ଜଣେ ନାବିକ ହୁଲି ଡଙ୍ଗାରେ ଦୁଇ ଜଣଙ୍କୁ ଉଦ୍ଧାର କରି ଆଉ ଜଣଙ୍କୁ ଉଦ୍ଧାର ପାଇଁ ଗଲାବେଳକୁ ସେ ବୁଡ଼ି ନିଖୋଜ ହୋଇଯାଇଥିଲେ। ବାଲିଝରି ଓ ବଡ଼ମ୍ବା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଖୋଜ ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛି ।