ଗୋପାଳପୁର,୧୫/୩ : ଗୋପାଳପୁର ସମୁଦ୍ରରେ ଗାଧୋଉଥିବାବେଳେ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ । l ମୃତ ଯୁବକଙ୍କ ପରିଚୟ ମିଳି ନ ଥିବା ପୋଲିସ କହିଛି l ସୂଚନା ଅନୁସାରେ ଆଜି ହୋଲି ଖେଳି ଗୋପାଳପୁର ସମୁଦ୍ରକୁ ଗାଧୋଇବା ପାଇଁ ଆସିଥିଲେ ଯୁବକ l ସମୁଦ୍ରରେ ଗାଧୋଉଥିବାବେଳେ ଅସାବଧାନତା ହେତୁ ଲହଡ଼ିରେ ପାଣି ପିଇ ଗୁରୁତର ହେବାରୁ ଉପସ୍ଥିତ ଥିବା ଲାଇଫଗାର୍ଡ଼ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରି କୂଳକୁ ଆଣି ପ୍ରାଥମିକ ଚିକିତ୍ସା କରାଇ ବ୍ରହ୍ମପୁର ମେଡ଼ିକାଲ ପଠାଇଥିଲେ l ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ l

Karnataka: କର୍ଣ୍ଣାଟକ ସରକାରଙ୍କ ନୂଆ ଘୋଷଣା; ଏଣିକି...