ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

ହୋଲି ଖେଳ ବେଳେ ଛୁରୀ ଭୁସି ହତ୍ୟା : ଯୁବକ ମୃତ, ମହିଳା ଆହତ

Published By : Prameya | March 15, 2025 5:18 PM

ଭୁବନେଶ୍ବର,୧୫।୩ : ହୋଲି ଖେଳକୁ ନେଇ ହତ୍ୟା। ଯୁବକଙ୍କୁ ଛୁରୀ ଭୁସି ହତ୍ୟା।  ସହିଦନଗର ଶାନ୍ତି ପଲ୍ଲୀ ବସ୍ତିରେ ଘଟିଛି ଘଟଣା ।  ମୃତ ଯୁବକ ଜଣକ ହେଲେ ଗୁପି ଗୁଣି   । ଏଥିସହ ଦୁର୍ବୃତ୍ତଙ୍କ ଆକ୍ରମଣରେ   ଜଣେ ଆହତ ହୋଇଛି। 

ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଡିଜେ  ଗୀତରେ  କିଛି ଯୁବକ ନାଚୁଥିଲେ।ଏହି ସମୟରେ ସେଠାକୁ କିଛି ଯୁବକ ଆସିଥିଲେ।  ସେମାନେ ଗୁପୀ ଗୁଣି ସହ ଝଗଡା କରିଥିଲେ । ପରେ ଦୁର୍ବୃତ୍ତମାନେ ଛୁରୀରେ ଗୁପିଙ୍କ ପେଟ ଓ  ଛାତିକୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଗୁପିଙ୍କ ମୃତ୍ୟୁ ହୋଇଥିଲା।  ଆକ୍ରମଣକାରୀଙ୍କ ଆକ୍ରମଣରେ  ଅନ୍ୟ ଜଣେ ମହିଳା ମଧ୍ୟ ଆହତ ହୋଇଛନ୍ତି । ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି। 

ସେହିପରି ଭୁବନେଶ୍ବରର ସମେଇଗାଡିଆରେ ହୋଲି ଖେଳ ବେଳେ ଅଘଟଣ ଘଟିଛି।  ଛୁରା ମାଡ଼ରେ ଯୁବକଙ୍କର ମୃତ୍ୟୁ ଘଟିଛି।  ମୃତ ଯୁବକ ସମେଇଗାଡିଆର ଆୟୁଷ୍ମାନ ପତି । ଘଟଣା ସ୍ଥଳରେ  ମଞ୍ଚେଶ୍ୱର୍ ଆଇଆଇସି  ଏବଂ ଜୋନ୫ ଏସିପି ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।  କେଉଁ କାରଣରୁ ଛୁରାମାଡ଼ ହୋଇଛି ତାହା ଅସ୍ପଷ୍ଟ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.