ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ମାନସିକ ଅନଗ୍ରସର ଯୁବତୀଙ୍କୁ ହତ୍ୟା ମାମଲା : ମହିଳାଙ୍କୁ ଆଜୀବନ ଜେଲ, ପ୍ରେମିକ ନିର୍ଦୋଷ

Published By : Prameya | March 26, 2025 11:49 PM

ବ୍ରହ୍ମପୁର,୨୬ା୩(ବ୍ୟୁରୋ): ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା  ଚୌଧୁରୀ ଟିକରପଡ଼ା ଗ୍ରାମରେ ୨୦୨୩ ଜାନୁଆରୀ ୮ରେ ମାନସିକ ଅନଗ୍ରସର ଯୁବତୀ ବିଷ୍ଣୁପ୍ରିୟା ସାହୁ(୩୮) ଙ୍କୁ ହତ୍ୟା ମାମଲାରେ ସେହି ଗ୍ରାମର ରୁବିତା ଅଧିକାରୀ (୪୮)ଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍‌ ରୂପଶ୍ରୀ ଚୌଧୁରୀ । ଏହାସହିତ ୧୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।  ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରୁବିତାଙ୍କ ସହଯୋଗୀ ତଥା ତାଙ୍କ ପ୍ରେମିକ  ପଦ୍ମନ ସାହୁ(୪୨) ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ ହୋଇଛନ୍ତି । 

୨୦୨୩ ଜାନୁଆରୀ ୮ ତାରିଖରେ ଚୌଧୁରୀ ଟିକରପଡ଼଼ାର ବାସୁ ସାହୁଙ୍କ ଭିନ୍ନକ୍ଷମ ଝିଅ ବିଷ୍ଣୁପ୍ରିୟା ରାତ୍ରିଭୋଜନ ପରେ ଭଉଣୀ ଘରକୁ ଯାଇଥିଲେ । କିନ୍ତୁ ଭଉଣୀ ଘରେ ପହଞ୍ଚିନଥିଲେ । ପରିବାର ଲୋକ ଖୋଜାଖୋଜି କରିଥିଲେ । ୯ତାରିଖ ରାତି ୧୦ ଟାରେ ତାଙ୍କ ପଡୋଶୀ ଘର ବାରିପଟେ ତାଙ୍କ ଶବ ମିଳିଥିଲା । କେ.ନୂଆଗାଁ ପୁଲିସ ପ୍ରଥମେ ରୁବିତା ଅଧିକାରୀ ଓ ପରେ ତାଙ୍କ ପ୍ରେମିକ ପଦ୍ମନ ସାହୁଙ୍କୁ ଗିରଫ କରିଥିଲା । ଜେରା ବେଳେ ସେମାନେ ବିଷ୍ଣୁପ୍ରିୟାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ଉଭୟଙ୍କ ଅନୈତିକ ସମ୍ପର୍କ ସେ ଜାଣିଥିବାରୁ ତାଙ୍କୁ ହତ୍ୟା କରିଥିଲୁ ବୋଲି ସେମାନେ ପୁଲିସକୁ କହିଥିଲେ ।  ମାମଲାର ବିଚାରଣା ବେଳେ ୧୭ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ସାକ୍ଷୀମାନଙ୍କ ବୟାନ ଆଧାର କରି ଜଜ୍‌ ରାୟ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ତ୍ରିଲୋଚନ ପରିଡ଼ା ମକଦ୍ଦମା ପରିଚାଳନା କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.