ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ଘରୋଇ ଜମିରେ ରାସ୍ତା ଓ ଡ୍ରେନ୍‌ ନିର୍ମାଣ କରିଛି ବିଏମ୍‌ସି ; ମାଲିକ ବୁଲାଇଲେ ପାଚେରୀ

Published By : Prameya | March 30, 2025 12:16 AM

ବ୍ରହ୍ମପୁର : ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ଟେଣ୍ଡର୍‌ ଆହ୍ୱାନ କରି ବିବାଦୀୟ ହୋଇ ପଡ଼ିଥିବା ବିଏମ୍‌ସିର ଆଉ ଏକ କାରନାମା ପଦାରେ ପଡ଼ିଛି। ଏବେ ପ୍ରାଇଭେଟ୍‌ ପ୍ଲଟ୍‌ରେ ଡ୍ରେନ୍‌ ଓ ରାସ୍ତା ନିର୍ମାଣ କରାଯାଇଛି। ଅନୁଧ୍ୟାନ ଓ ଯାଞ୍ଚ ନକରି ଘରୋଇ ଜମିରେ ରାସ୍ତା ଓ ଡ୍ରେନ୍‌ ନିର୍ମାଣ କରିଥିବାରୁ ଏବେ ଜମି ମାଲିକ ସେଠାରେ ପାଚେରୀ ନିର୍ମାଣ କରି ଦେଲେଣି । ଲୋକଙ୍କ ଅର୍ଥ ଅଯଥାରେ ବରବାଦ ହେଉଛି । କର୍ପୋରେଟର୍‌ଙ୍କ ପ୍ରସ୍ତାବକୁ କନିଷ୍ଠ ଯନ୍ତ୍ରୀ ଏବଂ ବିଏମ୍‌ସି ଅମିନ ଅଣଦେଖା କରିଥିବା ଅଭିଯୋଗ ହୋଇଛି। 

ନୂଆ ନୂଆ ଆବାସିକ ଅଞ୍ଚଳ ସୃଷ୍ଟି ହେଉଥିବାରୁ ରାସ୍ତା, ଡ୍ରେନ୍‌ ଓ ଆଲୋକୀକରଣ ସୁବିଧା ପାଇଁ ବିଏମ୍‌ସି ହାତ ବଢ଼ାଉଛି । ହେଲେ ଏହାର ଫାଇଦା ନେଉଛନ୍ତି ଯନ୍ତ୍ରୀମାନେ । କେତେବେଳେ ଜାତୀୟ ରାଜପଥ ତ ଆଉ କେତେବେଳେ ପୂର୍ତ୍ତ ରାସ୍ତାକୁ ନିର୍ମାଣ ପାଇଁ ଟେଣ୍ଡର କରୁଛନ୍ତି । ଏପରିକି ବିଏମ୍‌ସି ବହିଃର୍ଭୁତ  ଅଞ୍ଚଳରେ ନିର୍ମାଣ କାମ କରି ସହରାଞ୍ଚଳ ପାଣ୍ଠିର ଦୂରୁପଯୋଗ କରୁଛନ୍ତି । ସେଭଳି ଏକ ଅଭିଯୋଗ ଆସିଛି ବିଏମ୍‌ସି ୨୮ନଂ ୱାର୍ଡରୁ। ରେଲୱେ ଷ୍ଟେସନ୍‌ ୪ନଂ ପ୍ଲାଟଫର୍ମକୁ ଜାତୀୟ ରାଜପଥ ସହ ସଂଯୋଗ କରୁଛି ଖଜୁରିଆ ରାସ୍ତା । ଏହି ରାସ୍ତାପାର୍ଶ୍ୱରେ  ଥିବା ଏକ ଘରୋଇ ଜମିରେ ବିଏମ୍‌ସି ରାସ୍ତା ଓ ଡ୍ରେନ୍‌ ନିର୍ମାଣ କରିଛି। ଏଥିପାଇଁ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଉକ୍ତ ରାସ୍ତା ଓ ଡ୍ରେନ୍‌କୁ ଏବେ ଜମି ମାଲିକ ପାଚେରି ଆବଦ୍ଧ କରି ଦେବାରୁ ବିଏମ୍‌ସି କର୍ମଚାରୀଙ୍କ କାରନାମା ପଦାରେ ପଡ଼ିଛି । 

ରାସ୍ତା ଓ ଡ୍ରେନ୍‌ ନିର୍ମାଣ ପାଇଁ କର୍ପୋରେଟର୍‌ଙ୍କ ପ୍ରସ୍ତାବକୁ ଯାଞ୍ଚ କରିବା ଦାୟିତ୍ୱ ବିଏମ୍‌ସି ଅମିନ ଉପରେ ନ୍ୟସ୍ତ । ଉକ୍ତ ଜମି ବିଏମ୍‌ସିକୁ ହସ୍ତାନ୍ତର ହୋଇଛି କି ନାହିଁ, ରିପୋର୍ଟ ଦେବା ପରେ ଯନ୍ତ୍ରୀ ବ୍ୟୟ ଅଟକଳ ପ୍ରସ୍ତୁତ କରନ୍ତି। ହେଲେ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅଣଦେଖା କରାଯାଇଛି । ଜମି ହସ୍ତାନ୍ତର ହୋଇନଥିଲେ ବି ସେଠାରେ ରାସ୍ତା ଓ ଡ୍ରେନ୍‌ ନିର୍ମାଣ କରି ରାଜସ୍ୱ ବରବାଦ କରାଯାଇଛି । ରାସ୍ତା ଓ ଡ୍ରେନ୍‌ ନିର୍ମାଣ ହୋଇଥିବା ଅଞ୍ଚଳରେ ଜନବସତି ନଥିବା ଆଉ ଏକ ବିଡ଼ମ୍ବନାର ବିଷୟ । ରାସ୍ତାର ଗୋଟିଏ ପାର୍ଶ୍ୱରେ  ଖଜୁରିଆ ରୋଡ୍‌ ଥିବା ବେଳେ ଅନ୍ୟ ପାର୍ଶ୍ୱରେ ଚାଞ୍ଚରାପଡ଼ିଆ ସାହି ରହିଛି । ହେଲେ ମଝିରେ ରାସ୍ତା ସଂଯୋଗ ପାଇଁ ସ୍ଥାନ ନାହିଁ । ଏପରି ସ୍ଥଳେ କର୍ପୋରେଟର୍‌ଙ୍କ ପ୍ରସ୍ତାବ, ଅମିନଙ୍କ ଯାଞ୍ଚ୍‌ ଏବଂ ଯନ୍ତ୍ରୀଙ୍କ ବ୍ୟୟ ଅଟକଳ ଦାଖଲକୁ ନେଇ ପ୍ରଶ୍ନ ଉଠିଛି । ଏ ସମ୍ପର୍କରେ କର୍ପୋରେଟର୍‌ ପାର୍ବତୀ ପ୍ରଧାନ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ହୋଇ ପାରିନାହିଁ । ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ଏହାର ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.