ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

୪୦୦ ମହିଳାଙ୍କୁ ସ୍ବାଧିନତା ଦିବସରେ ସ୍ବତନ୍ତ୍ର ନିମନ୍ତ୍ରଣ, ଲାଲକିଲାର ବଢାଇବେ ଶୋଭା

ନୂଆଦିଲ୍ଲୀ,୧୩।୮: ଲାଲକିଲ୍ଲାରେ ଆୟୋଜିତ ହେବାକୁ ଥିବା ୭୮ ତମ ସ୍ବାଧୀନତା ଦିବସ ଅବସରରେ ୪୦୦ ମହିଳା ପଞ୍ଚାୟତ ପ୍ରତିନିଧିଙ୍କୁ ସ୍ବତନ୍ତ୍ର ଅତିଥି ଭାବରେ ନିମନ୍ତ୍ରଣା କରାଯାଇଛି। ପଞ୍ଚାୟତ ରାଷ୍ଟ୍ର ମନ୍ତ୍ରଣାଳୟ ମଙ୍ଗଳବାର ଏହି ସୂଚନା ଦେଇଛି। କୁହାଯାଇଛି ଯେ, ପଞ୍ଚାୟତ ରାଜ ସଂସ୍ଥାର ପ୍ରାୟ ୪୦୦ ମହିଳାଙ୍କ ପ୍ରତିନିଧିଙ୍କୁ ୭୮ ତମ ସ୍ବାଧୀନତା ଦିବସ ସମାରୋହରେ ସ୍ବତନ୍ତ୍ର ଅତିଥି ଭାବରେ ଲାଲକିଲ୍ଲାକୁ ଆମନ୍ତ୍ରିତ କରାଯାଇଛି। ଏହାଛଡା ଲକ୍ଷପତି ଦିନି ଓ ଡ୍ରୋନ୍ ଦିନଦିଙ୍କୁ ଏହି ସମାରୋହକୁ ଆମନ୍ତ୍ରିତ କରାଯାଇଛି।

ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅଧିକାରୀଙ୍କ କହିବା ଅନୁସାରେ, ସ୍ବାଧିନତା ଦିବସ ସମାରୋହରେ ସାମିଲ ହେବା ପାଇଁ ପ୍ରାୟ ୪୫ ‘ଲକ୍ଷପତି ଦିଦି’ ଓ ପାୟ ୩୦ ’ଡ୍ରୋନ୍ ଦିଦି’କୁ ମଧ୍ୟ ସ୍ବତନ୍ତ୍ର ଅତିଥି ଭାବରେ ନିମନ୍ତ୍ରଣ କରାଯାଇଛି। ବୁଧବାର ଗ୍ରାମ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ତାଙ୍କୁ ସମ୍ମାନିତ ମଧ୍ୟ କରିବେ। ପଞ୍ଚାୟତର ମହିଳା ପ୍ରତିନିଧିଙ୍କୁ ମଧ୍ୟ ପଞ୍ଚାୟତ ରାଷ୍ଟ୍ରମନ୍ତ୍ରୀ ଲଲନ ସିଂହ ସମ୍ମାନିତ କରିବେ।

ଏହି ମହିଳାଙ୍କ ପାଇଁ ବୁଧବାର ଏକ ଜାତୀୟ କର୍ମଶାଳା ଆୟୋଜନ କରାଯିବ। ଏଥିରେ ପୁଡୁଚେରୀର ପୂର୍ବତନ ଉପରାଜ୍ୟପାଳ ଓ ନଭଜ୍ୟୋତି ଇଣ୍ଡିଆ ଫାଉଣ୍ଡେସନ୍‌ର ସଂସ୍ଥାପକ କିରଣ ବେଦୀ ଓ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ସମ୍ବୋଧିତ କରିବେ।କର୍ମଚଶାଳାରେ ମହିଳା ପ୍ରତିନିଧିଙ୍କ ଉଦୀୟମାନ ଭୂମିକା ସହ ତୃଣମୂଳ ସ୍ତରରେ ‘ସରପଞ୍ଚ ପତି’ର ପ୍ରଥା ଉପରେ ମଧ୍ୟ ଚର୍ଚ୍ଚା ହେବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.