ଫିରିଙ୍ଗିଆ, ୩/୪ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ବୁଧବାର ଝଡ଼ ବାତ୍ୟା ସହ ବିଭିନ୍ନ ଜାଗାରେ ଗଛ ପଡ଼ି ରାସ୍ତା ଅବରୋଧ ସହ ବହୁ କ୍ଷୟ କ୍ଷତି ହୋଇଛି l କିନ୍ତୁ ଫିରିଙ୍ଗିଆ ବ୍ଲକ ଗୋଚ୍ଛା ପଡା ପଞ୍ଚାୟତ ର କୁଲି କୁଡା ଅଞ୍ଚଳ ରେ କାଳବୈଶାଖୀର ପ୍ରଭାବ ସେତେ ନଥିବା ବେଳେ ବର୍ଷା ମଧ୍ୟ ହୋଇନାହିଁ । ସାମାନ୍ୟ ବର୍ଷା ପବନରେ କୁଲି କୁଡା ପ୍ରାଥମିକ ବିଦ୍ୟାଳୟ ର ନୂତନ ଭାବରେ କିଛିଦିନ ତଳେ ମରାମତି ହୋଇଥିବା ବିଦ୍ୟାଳୟର ଦୁଇଟି କୋଠରୀର ଛପର ସମ୍ପୂର୍ଣ୍ଣ ଉଡି ଯାଇଥିବାରୁ ଗ୍ରାମ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି l
ଏହି ବିଦ୍ୟାଳୟର କୋଠରୀ ସମ୍ପୂର୍ଣ୍ଣ ଠିକ ଥିବା ବେଳେ କିଛି ସ୍ଥାନରେ ପାଣି ଗଳୁଥିଲା । ଯାହାକୁ ନେଇଁ ଗ୍ରାମବାସୀ ବିଦ୍ୟାଳୟ ଗୃହ ମରାମତି ପାଇଁ ଲିଖିତ ଭାବରେ ଜଣାଇବା ପରେ ବିଦ୍ୟାଳୟର ମରାମତି ପାଇଁ ପ୍ରଥମେ ୨ ଲକ୍ଷ ଟଙ୍କା ଆସିଥିଲା ଓ ମରାମତି ମଧ୍ୟ ହୋଇଥିଲା । ମରାମତିର ମାତ୍ର କିଛି ଦିନ ପରେ ଛପର ଉଡି ଯିବାରୁ ପୁନର୍ବାର ଦ୍ୱତୀୟ ଥର ମରାମତି ପାଇଁ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଦିଆ ଯାଇ ମରାମତି କରାଯାଇଥିଲା । ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଦ୍ୱତୀୟ ଥର ମଧ୍ୟ କାମ ସାରିବାର ଅଳ୍ପ କିଛି ଦିନରେ ଛପର ସହ ସମସ୍ତ ଲୁହା ଉଡି ଯାଇଥିଲା l ଗତ କିଛି ମାସ ପୂର୍ବରୁ ଘର ନଷ୍ଟ ହୋଇଥିବାରୁ ପୁଣି ଥରେ ବିଦ୍ୟାଳୟ କୋଠରୀ ମରାମତି ପାଇଁ ୩ ଲକ୍ଷ ଟଙ୍କା ଦେଇ ବିଦ୍ୟାଳୟ ର ଦୁଇଟି କୋଠରୀ ମରାମତି କରାଯାଇଥିବା ବେଳେ ତାହା ମଧ୍ୟ ବୁଧବାର ନିମ୍ନ ମାନର କାର୍ଯ୍ୟ ଯୋଗୁଁ ସମ୍ପୂର୍ଣ୍ଣ ଛପର ସହ ଲୁହା ପାଇପ ମଧ୍ୟ ଉଡି ଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି l
ବର୍ତ୍ତମାନ ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଶିକ୍ଷାଦାନ ସହ ବିଦ୍ୟାଳୟରେ ୩୫ ଜଣ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏବଂ ୩ ଜଣ ଶିକ୍ଷକ /ଶିକ୍ଷୟିତ୍ରୀ ପାଠ ପଢ଼ାଉଥିବା ଦେଖିବାକୁ ମିଳିଛି l ମାତ୍ର ୨ ବର୍ଷରେ ୬ ଲକ୍ଷରୁ ଅଧିକ ଟଙ୍କା ଦେଇ ୩ ଥର କେବଳ ନାମକୁ ମାତ୍ର ଟିଣ ଛପର ଘୋଡେଇ ସାଧାରଣ ଭାବରେ ମରାମତି କରି ନିମ୍ନ ମାନର କାର୍ଯ୍ୟ କରି ବିଦ୍ୟାଳୟ କୋଠରୀ କୁ ବାରମ୍ବାର ମରାମତି କରିଥିବା ଅଭିଯୋଗ କରିଛନ୍ତି ବିଦ୍ୟାଳୟର ସଭାପତି ବାଳକୃଷ୍ଣ କହଁର l
ବିଦ୍ୟାଳୟରେ ଶୌଚାଳୟ ଥାଇ ନଷ୍ଟ ହୋଇ କାର୍ଯ୍ୟରେ ଲାଗି ପାରୁନାହିଁ । ବିଦ୍ୟାଳୟ ରେ ବିଦ୍ୟୁତ ସଂଯୋଗ ନଥାଇ ନାମକୁ ମାତ୍ର ପ୍ରତ୍ୟେକ ବଖରାରେ ଓ୍ବାରିଂ କରାଯାଇଛି । ନା ବଲ ଅଛି କି ବିଦ୍ୟୁତ ସଂଯୋଗ ଅଛି କେବଳ କାଗଜ ପତ୍ର ରେ ସବୁ ଠିକ ଚାଲିଥିବା କହିଛନ୍ତି କୁଲିକୁଡା ଗାଁ ର ୱାର୍ଡ ମେମ୍ବର ନାରାୟଣ କହଁର, ବିଦ୍ୟାଳୟ ସଭାପତି ବାଳକୃଷ୍ଣ କହଁର, ଅଞ୍ଜଳି ପ୍ରଧାନ, ଗ୍ରାମର ଯୁବ ସଭାପତି ତଥା ସମାଜ ସେବୀ ଜମ୍ବେଶ୍ୱର କହଁରଙ୍କ ସହ ଗ୍ରାମବାସୀ l ତୁରନ୍ତ ବିଦ୍ୟାଳୟ କୋଠରୀ ନିର୍ମାଣ କରିବା ସହ ବିଦ୍ୟାଳୟ କୋଠରୀ ମରାମତି ପାଇଁ ଆସିଥିବା ୨ ବର୍ଷରେ ୬ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି ଅଞ୍ଚଳ ବାସୀ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ କୁମାର ବେହେରାଙ୍କୁ ଏ ସମ୍ପର୍କରେ ପଚାରିବାରୁ ମୋର ପାଖରେ ସ୍କୁଲ ଘର ସମ୍ପର୍କରେ ଖବର ନାହିଁ । କଣ ଅସୁବିଧା ଅଛି ଦେଖିକି ସୁବିଧା କରିବି ବୋଲି କହିଥିଲେ।