ଫିରିଙ୍ଗିଆ, ୫/୦୪: ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ଚଢାଉ କରି ଏକ କାର ସହ ୭୫ କିଲୋ ଗଞ୍ଜେଇ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ବନ୍ଧଗଡ଼ ଗାଁ ଯୁଗଳ ନାଏକ।
ଫିରିଙ୍ଗିଆ ଥାନା ବନ୍ଧଗଡ଼ ଅଂଚଳ ରୁ ଭୁବନେଶ୍ୱର କୁ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ର ରୁ ଫୁଲବାଣୀ ସଦର ଏସଡ଼ିପିଓ ଶୁଭ୍ରଜିତ ବିଶ୍ୱାଳଙ୍କୁ ଖବର ମିଳିଥିଲା I ଖବର ପାଇବା ମାତ୍ରେ ସଦର ଏସଡ଼ିପିଓ ଶ୍ରୀ ବିଶ୍ୱାଳ ଫିରିଙ୍ଗିଆ ଥାନାରେ ଏକ ଟିମ ସହ ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ମଣିପଦର ଛକ ନିକଟରେ ଗାଡିଟିକୁ ଧରିବାରେ ସଫଳ ହୋଇଥିଲେ I ତେବେ ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ସେହି ବନ୍ଧଗଡ଼ ଗାଁ ଯୁଗଳ ନାଏକ ବୋଲି ଜଣାପଡିଛି I ତେବେ ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି । ଫେରାର ଥିବା ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଙ୍କ ସହ ଘଟଣାର ତଦନ୍ତକାରି ଅଧିକାରୀ ଅଜୟ କୁମାର ସାହୁ ସୂଚନା ଦେଇଛନ୍ତି I