କେନ୍ଦୁଝର ସଦର,୨୦/୪(ଆପ୍ର)କେନ୍ଦୁଝର ଜିଲ୍ଲା ଘଟଗାଁର ମୁକୁନ୍ଦପୁର ପାଟଣା ପ୍ରାଥମିକ ବିଦ୍ୟାଳୟଠାରେ ୧୩ଟି ଵ୍ଲକର ବ୍ଲକ ସ୍ତରୀୟ ସଭାପତି ଏବଂ ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ଏକ୍ସକ୍ଯାଡର ଶିକ୍ଷକ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆଗାମୀ ତିନି ଵର୍ଷ ଧରି ଜିଲ୍ଲା ସଂଘ କାର୍ଯ୍ୟ ତୁଲାଇଵା ନିମନ୍ତେ ସର୍ଵ ସମ୍ମତି କ୍ରମେ ସଭାପତି କ୍ଷିରୋଦ କୁମାର ଥମ୍ୱ, , ସଂପାଦକ ଦିଲ୍ଲୀପ କୁମାର ମହାନ୍ତ, କୋଷାଧ୍ୟକ୍ଷ ନିର୍ମଳ କୁମାର ମହାନ୍ତଙ୍କୁ ଚୟନ କରାଯାଇଛି । ପୂର୍ବରୁ କାର୍ଯ୍ଯ ତୁଲାଇ ଆସୁଥିବା ସଭାପତି ଭୈରବ ମହାନ୍ତ ଓ ସମ୍ପାଦକ ଡମ୍ବରୁଧର ମହାନ୍ତଙ୍କୁ ଶେଷରେ ଧନ୍ଯବାଦ ଅର୍ପଣ କରି ସଭା ଭଙ୍ଗ କରାଯାଇଥିଲା।