ପ୍ରମୂଖ ଖବର
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ଶୋଇଥିବା ବେଳେ କାମୁଡ଼ିଲା ବିଷଧର ସାପ, ଚାଲିଗଲା ନାବାଳକର ଜୀବନ

Published By : Harapriya Sethi | April 20, 2025 2:10 PM

ଭୁବନେଶ୍ୱର, ୨୦/୦୪: ରାତି ଶୋଇଥିବା ବେଳେ ଚୋଟ ମାରିଲା ସାପ । ମେଡିକାଲରେ ପହଞ୍ଚିବା ବେଳକୁ ଚାଲିଗଲା ନାବାଳକର ଜୀବନ । ମୃତ ନାବାଳକ ହେଉଛନ୍ତି ଇନ୍ଦ୍ରମଣି ମୁଣ୍ଡାଙ୍କ ୧୨ ବର୍ଷୀୟ ପୁଅ ବିରୁ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ସୁନ୍ଦରାପାଳ ଗାଁରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଶନିବାର ରାତିରେ ଖାଇ ସାରିବା ପରେ ନିଜ ରୁମ୍‌କୁ ଯାଇ ଶୋଇଥିଲେ ବିରୁ । ହେଲେ ସେ ଜାଣିନଥିଲା ଯେ, ବିଛଣାରେ ଯମ ବେଶରେ ବିଷାକ୍ତ ସାପ ତାକୁ ଜଗି ବସିଥିଲା । ବଛଣାରେ ଯାଇ ଶୋଇବାର କିଛି ସମୟ ମଧ୍ୟରେ ସାପ କାମୁଡ଼ାରେ ଗୁରୁତର ହୋଇପଡ଼ିଲା ବିରୁ । ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଦୌଡ଼ି ଆସିଥିଲେ । ଗୁରୁତର ଅବସ୍ଥାରେ ବିରୁକୁ ଦେଖି ଆମ୍ବୁଲାନ୍ସ ଡାକିଥିଲେ ପରିବାର ଲୋକେ । ହେଲେ ଆମ୍ବୁଲାନ୍ସ ପହଞ୍ଚିବାକୁ ଡେରି ହେଇଗଲା। ଆମ୍ୱୁଲାନ୍ସ ପହଞ୍ଚିବା ପରେ ତାକୁ ମେଡିକାଲ ଆଣିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଘଟଣାକୁ ନେଇ ଏବେ ପରିବାର ତଥା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.