ଭୁବନେଶ୍ଵର, ୨୨/୦୪ : ନଦୀରୁ ମିଳିଲା ନିଖୋଜ ମହିଳାଙ୍କ ମୃତଦେହ। ବୈତରଣୀ ନଦୀର ଜଅଁରା କାଠପୋଲ ଘାଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ନାରଙ୍ଗପୁର ଗାଁର କୂଳମଣୀ ସାହୁଙ୍କ ପତ୍ନୀ ହେମଲତା।
ସୂଚନାନୁଯାୟୀ, ନାରଙ୍ଗପୁର ଗାଁର କୂଳମଣୀ ଏବଂ ତାଙ୍କ ପତ୍ନୀ ହେମଲତା ଝାଡେଶ୍ବର ମନ୍ଦିରରେ ରାତ୍ରୀଯାପନ କରିବାକୁ ସୋମବାର ସନ୍ଧ୍ୟାରେ ଘରୁ ବାହାରି ଆସିଥିଲେ। ମନ୍ଦିରରେ ପହଞ୍ଚିବା ପରେ ପାଖାପିଖି ରାତି ୯ଟାରେ ହେମଲତା ଶୌଚ ହେବାକୁ କହି ବୈତରଣୀ ନଦୀକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଫେରି ନଥିଲେ। ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଆଜି ମଧ୍ୟାହ୍ନରେ କାଠପୋଲ ଘାଟ ନିକଟରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି କୂଳକୁ ଆଣିଥିଲେ। ତେବେ ମୃତଦେହଟି ହେମଲତାଙ୍କର ହୋଇଥିବା ପରିବାର ଲୋକେ ଚିହ୍ନଟ କରିଛନ୍ତି। ସେ କେମିତି ନଦୀରେ ବୁଡ଼ିଲେ ତାହା ଅସ୍ପଷ୍ଟ ରହିଛି। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।
ଏହି ଖବରଟିକୁ ପଢନ୍ତୁ-ଗୋଟିଏ କେସ୍ର ଖିଅ ଖୋଜୁ ଖୋଜୁ ଧରାପଡ଼ିଲେ ଆଉ ଜଣେ, ବସ୍ ଭିତରୁ ବ୍ରାଉନସୁଗାର ସହ ମାଫିଆ ଗିରଫ