ଭୁବନେଶ୍ଵର, ୨୨/୦୪ : ଗୋଟିଏ ବ୍ରାଉନସୁଗାର କେସ୍ର ଖିଅ ଖୋଜୁ ଖୋଜୁ ଧରାପଡ଼ିଲେ ଆଉ ଜଣେ ମାଫିଆ। ବସ୍ରେ ଚାଲାଣ ବେଳେ ମାଡ଼ି ବସିଲା ଭଦ୍ରକ ଟାଉନ ଥାନା ପୋଲିସ। ୧୦ ଗ୍ରାମର ବ୍ରାଉନସୁଗାର ସହ ଜଣେ ମାଫିଆ ଗିରଫ।
ସୂଚନାନୁଯାୟୀ, ଭଦ୍ରକ ଟାଉନ ଥାନା ପୋଲିସ କେସ୍ ନଂ ୨୧୮ରେ ୩ ଜଣ ବ୍ରାଉନସୁଗାର ବେପାରୀଙ୍କୁ ବନ୍ତ ଛକରୁ ଗିରଫ କରିଥିଲା। ସେହି ଘଟଣାକୁ ନେଇ ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ଖୋଳତାଡ୍ କରୁଥିଲା। ଏହି କେସ୍ରେ ତନାଘନା କରୁଥିବା ବେଳେ ଆଉ ଜଣେ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ। କଟକ ଜିଲ୍ଲା ଜଗତପୁର ଅଞ୍ଚଳର ସଞ୍ଜୟ ପଣ୍ଡା ଭଦ୍ରକ ଆସି ବ୍ରାଉନସୁଗାର କିଣି ବସ୍ ଯୋଗେ ଫେରିବା ବେଳେ ପୋଲିସ ତାକୁ କାବୁ କରିଛି। ସଞ୍ଜୟ ନିକଟରୁ ୧୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି।
ଏହି ଖବରଟିକୁ ପଢନ୍ତୁ-ଟ୍ରାଫିକ୍ ସେଡ୍ ଖୋଳାକୁ ନେଇ ପୂର୍ତ୍ତ-ବିଏମ୍ସି ମୁହାଁମୁହିଁ, ବିନା ଅନୁମତିରେ ରାସ୍ତା ଖୋଳାକୁ ନେଇ ତାଗିଦ୍