ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଅନନ୍ତ-ରାଧିକା ପ୍ରିୱେଡିଂରେ ଯୋଗ ଦେବେ କେଟି ପେରୀ, ସନ୍ଧ୍ୟାରେ ‘ଲାଇଫ୍‌ ଇଜ୍‌ ଏ ଜର୍ନି’ ଶୀର୍ଷକ ପାର୍ଟି

ନୂଆଦିଲ୍ଲୀ ୦୧/୦୬: ଗତ ୨୯ ତାରିଖରୁ ଆରମ୍ଭ ହୋଇଛି ଅନନ୍ତ-ରାଧିକା ପ୍ରି-ୱେଡିଂ ସେରିମନି । ଆଜି ସେଲିବ୍ରେସନ୍‌ର ଶେଷ ଦିନ । ସେଲିବ୍ରିଟି ଆସେଣ୍ଟ୍‌ କ୍ରୁଜ୍‌ ଜାହାଜରେ ସେଲିବ୍ରେସନ୍‌ ଚାଲିଛି । ଏହା ଗତ ୨୯ ତାରିଖ ଇଟାଲିର ପାଲେର୍ମୋରୁ ଯାତ୍ରା ଆରମ୍ଭ କରି ଆଜି କାନ୍‌ରେ ପହଞ୍ଚିବ । ଏଠାରେ ଇଣ୍ଟର୍‌ନ୍ୟାସନାଲ ସେନ୍‌ସେସନ୍‌ କେଟି ପେରୀଙ୍କ ପ୍ରଦର୍ଶନର ମଜା ନେବେ ଅତିଥି । ମାତ୍ର କିଛି ଘଣ୍ଟାର ପ୍ରଦର୍ଶନ ଲାଗି କେଟି କୋଟିରେ ପାରିଶ୍ରମିକ ନେଇଥିବା ଚର୍ଚ୍ଚା ହେଉଛି । କେଟି ବିଶ୍ୱର ଜଣେ ବେଷ୍ଟ୍‌ ସେଲିଙ୍ଗ୍‌ ମ୍ୟୁଜିକ୍‌ ଆର୍ଟିଷ୍ଟ୍‌ । ତାଙ୍କ ନାଁରେ ୪ ଗିନିଜ୍‌ ବିଶ୍ୱ ରେକର୍ଡ, ୫ ଆମେରିକୀୟ ମ୍ୟୁଜିକ୍‌ ଆୱାର୍ଡ ଓ ୫ ବିଲ୍‌ବୋର୍ଡ ମ୍ୟୁଜିକ୍‌ ଆୱାର୍ଡ ରହିଛି । ବିଶ୍ୱର ସର୍ବାଧିକ ଆୟ କରୁଥିବା ମହିଳାଙ୍କ ମଧ୍ୟରେ ସେ ସାମିଲ । ସେ ମଧ୍ୟ ସର୍ବାଧିକ ଟ୍ୱିଟର ଫଲୋଅର୍‌ ଥିବା ମହିଳା । 

ଏକ ବ୍ରିଟିଶ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଶେଷ ଦିନର ପାର୍ଟିରେ ଯୋଗ ଦେବାକୁ କେଟି ପେରି ସେଠାକୁ ଯାତ୍ରା ଆରମ୍ଭ କରିଛନ୍ତି । ଆଜି ସନ୍ଧ୍ୟାରେ ‘ଲାଇଫ୍‌ ଇଜ୍‌ ଏ ଜର୍ନି’ ଶୀର୍ଷକ ପାର୍ଟି ରଖାଯାଇଛି । ଏଥିରେ ଉପସ୍ଥିତ ସମସ୍ତ ଅତିଥି ଚେହେରାରେ ମୁଖା ଦେଇ ପାର୍ଟିରେ ଯୋଗ ଦେବେ । ଏହି ପାର୍ଟି ପାଇଁ ଅମ୍ବାନି ପରିବାର କାନ୍‌ରେ ୪୨୩ କୋଟି ଟଙ୍କାର ଭିଲ୍ଲା ବୁକ୍‌ କରିଛି । ୫ ଘଣ୍ଟାର ଏହି ପାର୍ଟିରେ ଅତିଥିଙ୍କ ପାଇଁ ବଡ଼ ଆତସବାଜି ଶୋ’ ମଧ୍ୟ ରହିଛି । ସଦର୍ନ ଫ୍ରାନ୍ସରେ ପ୍ରିୱେଡିଂ ଶେଷ ହେବ । ଏଥିରେ ଇଟାଲିର ଆଣ୍ଡରିୟା ବୋସେଲ ଗୀତ ଗାଇବେ । ଏ ଅବସରରେ ୧୨୦୦ ଅତିଥି ସାମିଲ ହେବେ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.