ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଡାକ୍ତରଖାନାରେ ଉତ୍ତେଜନା : ଡାକ୍ତରଙ୍କ ଉପରକୁ ଜୋତା ଫିଙ୍ଗିଲେ ମହିଳା ...

ନୂଆଦିଲ୍ଲୀ – ବେଙ୍ଗାଲୁରୁରେ ଚିକମଗଲୁରୁର ଅରାଲୁଗୁପ୍ପେ ମଲ୍ଲେଗୌଡା ଜିଲ୍ଲା ହସ୍ପିଟାଲରେ ଉତ୍ତେଜନା। ଡାକ୍ତରଙ୍କ ଉପରେ ହମଲାକୁ ତାତିଲେ କର୍ମଚାରୀ। ଡାକ୍ତର ଓ କର୍ମଚାରୀମାନେ ମଙ୍ଗଳବାର ବିରୋଧ ପ୍ରଦର୍ଶନ କରିବା ସହ ଓପିଡ଼ିକୁ ବନ୍ଦ କରି ଦେଇ ଦେଲେ। ରିପୋର୍ଟ ମୁତାବିକ , ଜଣେ ମହିଳା ଡାକ୍ତରଙ୍କୁ ମାରପିଟି କରିଥିଲେ। ସେ ତାଙ୍କର କଲର ଧରିବା ସହ ତାଙ୍କ ଉପରକୁ ଜୋତା ମଧ୍ୟ ଫିଙ୍ଗି ଥିଲେ। ଏମର୍ଜେନ୍ସି ୱାର୍ଡରେ ଫିଜିସିଆନ ଭେଙ୍କଟେଶ ବିଏସ ଡ୍ୟୁଟି କରୁଥିଲେ। ଏହି ସମୟରେ ମାରପିଟିରେ ଆହତ ଇରଫାନ ନାମକ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଅଣାଯାଇ ଥିଲା। ହେଲେ, ଏହି ମଧ୍ୟରେ ହସ୍ପିଟାଲର କର୍ମଚାରୀ ଓ ରୋଗୀଙ୍କ ସଂପର୍କୀୟଙ୍କ ମଧ୍ୟରେ ବିବାଦ ହୋଇଥିଲା। 

ରିପୋର୍ଟରେ କୁହାଯାଇଛି କି,  ଡାକ୍ତର ଆହତ ଇରଫାନଙ୍କ ପରୀକ୍ଷା କରୁ ଥିଲେ। ଏହି ସମୟରେ ରୋଗୀଙ୍କର କିଛି ସଂପର୍କୀୟ ସେଠାକୁ ଆସିଥିଲେ। ସେ ପାଟିତୁଣ୍ଡ କରିବା ଆରମ୍ଭ କରି ଦେଇ ଥିଲେ। ଏହା ଉପରେ ଡାକ୍ତର ସେହି ଲୋକଙ୍କୁ ବାହାରକୁ ଯିବା ପାଇଁ କହିଲେ ତ ଉତ୍ତେଜନା ଆରମ୍ଭ ହୋଇ ଥିଲା। ଭେଙ୍କଟେଶ ସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିଲେ। ରୋଗୀଙ୍କ ସଂପର୍କୀୟ ତସଲିମ୍‌ ନାମଙ୍କ ମହିଳା ହଠାତ୍‌ ଫିଡ଼ିକି ଗଲେ ଏବଂ ସେ ତାଙ୍କର କଲର ଧରି ଟାଣି ଥିଲେ। ସୂତ୍ରରୁ ପ୍ରକାଶ କି ମହିଳା ନିଜର ଜୋତା ଓହ୍ଲାଇ ଡାକ୍ତରଙ୍କ ଉପରକୁ ଫିଙ୍ଗି ଥିଲେ। 

ହସ୍ପିଟାଲର ଡାକ୍ତର ଓ କର୍ମଚାରୀ ମାନେ ଏହି ଘଟଣାକୁ ନେଇ ଉତ୍ତେଜିତ ହୋଇଥିଲେ। ସେମାନେ ଓପିଡ଼ିକୁ ବନ୍ଦ କରିଦେଲେ ଏବଂ ବିରୋଧ ପ୍ରଦର୍ଶନ କରିବାକୁ ଲାଗିଲେ। ସେମାନେ ଜିଲ୍ଲା ସର୍ଜନ ଅଫିସ ସାମନାରେ ଏକାଠି ହୋଇ ଥିଲେ ଏବଂ ଡାକ୍ତରଙ୍କ ଉପରେ ହମଲା କରୁଥିବା ଲୋକଙ୍କୁ ତୁରନ୍ତ ଗିରଫ ଦାବି କରିଥିଲେ। ସରକାରୀ ହସ୍ପିଟାଲର କର୍ମଚାରୀଙ୍କ ବିରୋଧ ପ୍ରଦର୍ଶନ ଅନେକ ସମୟ ଯାଏ ଜାରି ରହି ଥିଲା। ଏହାକୁ ଦେଖି ଜିଲ୍ଲା ସର୍ଜନ କାର୍ଯ୍ୟାଳୟ ସ୍ଥାନୀୟ ପୁଲିସକୁ ଚିଠି ଲେଖିଛନ୍ତି। ଏଥିରେ ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ଡାକ୍ତରଙ୍କ ସହ ଦୁର୍ବ୍ୟବହାର , ହମଲା ଓ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ଲଗାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.