ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ସଦଗୁରୁଙ୍କ ଆଶ୍ରମରେ ନବ ନିର୍ବାଚିତ ବିଜେପି ସାଂସଦ କଙ୍ଗନା, ସେୟାର କଲେ ଫଟୋ

ନୂଆଦିଲ୍ଲୀ,୧୨/୬ : ବଲିଉଡ କୁଇନ ତଥା ନବ ନିର୍ବାଚିତ ବିଜେପି ସାଂସଦ କଙ୍ଗନା ରାଣାୱତ। ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜୟୀ ହୋଇ ସାଂସଦ ପଦର ଶପଥ ଗ୍ରହଣ କରିବା ପରେ ଚର୍ଚ୍ଚାରେ ଅଛନ୍ତି କଙ୍ଗନା । ଏହାରି ମଧ୍ୟରେ ଶପଥ ଗ୍ରହଣ ପରେ ତାଙ୍କୁ କୋଏମ୍ବାଟୁର ସ୍ଥିତ ସଦଗୁରୁଙ୍କ ଆଶ୍ରମ ଯାଇଥିବା ଜଣାପଡିଛି । ଏନେଇ ଆଶ୍ରମରେ ସଦଗୁରୁଙ୍କ ସହ କିଛି ଫଟୋ ସୋସିଆଲ ମିଡିଆରେ ସେ ସେୟାର କରିଛନ୍ତି ।  ଯାହା ବେଶ୍ ଭାଇରାଲ ହେବାରେ ଲାଗିଛି ।


କଙ୍ଗନା ରଣାୱତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟର ଷ୍ଟୋରୀ ସେକ୍ସନରେ ଇଶା ଫାଉଣ୍ଡେସନରେ ଆଦି ଯୋଗୀ ଶିବ ମୂର୍ତ୍ତିଙ୍କ ସମ୍ମୁଖରେ ହାତ ଯୋଡ଼ି ପ୍ରାର୍ଥନା କରୁଥିବାର ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ମୋର ଖୁସି ସ୍ଥାନ' ଏଥିସହ ସେ ଇଶା ଫାଉଣ୍ଡେସନକୁ ଟ୍ୟାଗ୍ କରିଛନ୍ତି । ଏହି ଫଟୋରେ କଙ୍ଗନା ଗୋଲାପି ରଙ୍ଗର ଶାଢ଼ିରେ ନଜର ଆସିଛନ୍ତି । ଅନ୍ୟ ଏକ ଫଟୋରେ ସେ ସଦଗୁରୁଙ୍କ ପାଖରେ ବସିଥିବାର ଦେଖାଦେଇଛି । ପ୍ରକାଶ ଥାଉକି, ନିକଟରେ କଙ୍ଗନା ରଣାୱତ ସିଆଇଏସଏଫ ମହିଳା ସୁରକ୍ଷା କର୍ମୀ ଚାପୁଡ଼ା ମାରିବା ପ୍ରସଙ୍ଗକୁ ନେଇ ବେଶ ଚର୍ଚ୍ଚାରେ ଥିଲେ । ସୂଚନାରୁ ପ୍ରକାଶ ଚଣ୍ଡିଗଡ଼ ଏୟାରପୋର୍ଟରେ  ଜଣେ ମହିଳା ଜବାନ ତାଙ୍କୁ ଚଟକଣୀ ମାରିଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଘଟଣା ପରେ କଙ୍ଗନାଙ୍କୁ ଅନେକ ସେଲିବ୍ରିଟିଙ୍କ ସପୋର୍ଟ ମିଳିଥିଲା ଏବଂ ସେମାନେ ମହିଳା ଜବାନଙ୍କ ବ୍ୟବହାରକୁ ଅନୁଚିତ ଦର୍ଶାଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.