ଭୁବନେଶ୍ୱର ୧୨।୦୨ : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ବଢିଲା କନିଷ୍ଠ ଶିକ୍ଷକଙ୍କ ଦରମା। ମାସିକ ୧୬ ହଜାର ଟଙ୍କାକୁ ପାରିଶ୍ରମିକ ବୃଦ୍ଧି କଲେ ସରକାର। ପୂର୍ବରୁ ପାଉଥିଲେ ୧୧ ହଜାର। ସମଗ୍ର ଶିକ୍ଷା ଯୋଜନାରେ ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା। ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି।
ସୂଚନା ଅନୁଯାୟୀ, ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ କନିଷ୍ଠ ଶିକ୍ଷକମାନେ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ମାସିକ ୧୧ ହଜାର୧୦୦ ଟଙ୍କା ପାରିଶ୍ରମିକ ଦିଆଯାଉଥିଲା। ଦରମା ବୃଦ୍ଧି ପାଇଁ ସେମାନେ ବିଭିନ୍ନ ସମୟରେ ଦାବି କରିଆସୁଥିଲେ। ଶେଷରେ ରାଜ୍ୟ ସରକାର ସେମାନଙ୍କ ଦାବି ଶୁଣିଛନ୍ତି। ରାଜ୍ୟରେ ଥିବା ୫ ହଜାର କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି ପାଇଁ ଘୋଷଣା କରାଯାଇଛି। ଏବେ ସେମାନେ ୧୬ ହଜାର ଟଙ୍କା ପାଇବେ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହି ଖବରଟିକୁ ପଢନ୍ତୁ-CMC କାଉନ୍ସିଲ୍ ମିଟିଂରେ ହୋହାଲ୍ଲା, ମେୟରଙ୍କୁ ଘେରିଲେ କଂଗ୍ରେସ ଓ ବିଜେପି ସଭ୍ୟ