ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

CMC କାଉନ୍‌ସିଲ୍‌ ମିଟିଂରେ ହୋହାଲ୍ଲା, ମେୟରଙ୍କୁ ଘେରିଲେ କଂଗ୍ରେସ ଓ ବିଜେପି ସଭ୍ୟ

Published By : Harapriya Sethi | February 12, 2025 2:09 PM

ଭୁବନେଶ୍ୱର, ୧୨/୦୨: ସିଏମ୍‌ସି କାଉନ୍‌ସିଲ୍‌ ବୈଠକରେ ହୋହାଲ୍ଲା । ମୁକ୍ତା ଯୋଜନା କାର୍ଯ୍ୟକାରିତାକୁ ନେଇ ବିଜେପି ଏବଂ କଂଗ୍ରେସ ଦଳର ସଦସ୍ୟଙ୍କ ମଧ୍ୟରେ ପାଟିତୁଣ୍ଡ । ଯାହା ଫଳରେ କାଉନସିଲ୍‌ ବୈଠକରେ ଆବ୍ୟବସ୍ଥା ଦେଖିବାରୁ ମିଳିଛି । 

ବୁଧବାର ଦିନ ସିଏମସ୍‌ କାର୍ଯ୍ୟାଳୟରେ କାଉନ୍‌ସିଲ୍‌ ବୈଠକ ବସିଥିଲା । ଯେଉଁଥିରେ ବିଜେପି ଏବଂ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା । ଖାସ୍‌ କରି ମୁକ୍ତା ଯୋଜନାର କାର୍ଯ୍ୟକାରିତାକୁ ନେଇ ଉଭୟ ଦଳ ଟଣାଓଟରା ହୋଇଥିବାର ଦେଖିବାକୁ ମିଳିଛି । ଏପିରିକି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପରିବର୍ତ୍ତେ ସଭ୍ୟମାନେ ନିଜ ନିଜ ସିଟ୍‌ରୁ ଉଠି ହୋହାଲ୍ଲା ଏବଂ ପାଟିତୁଣ୍ଡ କରିଛନ୍ତି । ବିଜେପି ଏବଂ କଂଗ୍ରେସ ଦଳର ସଭ୍ୟମାନେ ମେୟର ସୁବାଶ ସିଂଙ୍କ ଚେୟାର ନିକଟକୁ ଯାଇ ନିଜ ନିଜ ଦାବି ଉଠାଇଛନ୍ତି । ଯାହାଫଳରେ କାଉନସିଲ୍‌ ହଲ୍‌ରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି ।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.