ଭୁବନେଶ୍ୱର, ୧୨/୦୨: ସିଏମ୍‌ସି କାଉନ୍‌ସିଲ୍‌ ବୈଠକରେ ହୋହାଲ୍ଲା । ମୁକ୍ତା ଯୋଜନା କାର୍ଯ୍ୟକାରିତାକୁ ନେଇ ବିଜେପି ଏବଂ କଂଗ୍ରେସ ଦଳର ସଦସ୍ୟଙ୍କ ମଧ୍ୟରେ ପାଟିତୁଣ୍ଡ । ଯାହା ଫଳରେ କାଉନସିଲ୍‌ ବୈଠକରେ ଆବ୍ୟବସ୍ଥା ଦେଖିବାରୁ ମିଳିଛି । 

ବୁଧବାର ଦିନ ସିଏମସ୍‌ କାର୍ଯ୍ୟାଳୟରେ କାଉନ୍‌ସିଲ୍‌ ବୈଠକ ବସିଥିଲା । ଯେଉଁଥିରେ ବିଜେପି ଏବଂ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା । ଖାସ୍‌ କରି ମୁକ୍ତା ଯୋଜନାର କାର୍ଯ୍ୟକାରିତାକୁ ନେଇ ଉଭୟ ଦଳ ଟଣାଓଟରା ହୋଇଥିବାର ଦେଖିବାକୁ ମିଳିଛି । ଏପିରିକି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପରିବର୍ତ୍ତେ ସଭ୍ୟମାନେ ନିଜ ନିଜ ସିଟ୍‌ରୁ ଉଠି ହୋହାଲ୍ଲା ଏବଂ ପାଟିତୁଣ୍ଡ କରିଛନ୍ତି । ବିଜେପି ଏବଂ କଂଗ୍ରେସ ଦଳର ସଭ୍ୟମାନେ ମେୟର ସୁବାଶ ସିଂଙ୍କ ଚେୟାର ନିକଟକୁ ଯାଇ ନିଜ ନିଜ ଦାବି ଉଠାଇଛନ୍ତି । ଯାହାଫଳରେ କାଉନସିଲ୍‌ ହଲ୍‌ରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି ।