ପ୍ରମୂଖ ଖବର
  • ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ
  • ||
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍

କେନ୍ଦ୍ରାପଡ଼ା ୦୩/୦୫: ଭିଜିଲାନ୍ସ ପଞ୍ଝାରେ ଚକବନ୍ଦୀ ଓ ବନ୍ଦୋବସ୍ତ କାର୍ଯ୍ୟାଳୟ କିରାଣୀ। ଲାଞ୍ଚ ନେଲାବେଳେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତିକୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଜମିଜମା କାମ କରାଇଦେବା ପାଇଁ ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡିଲେ। ଅଫିସ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ଛାନ୍‌ଭିନ୍ ଆରମ୍ଭ କରିଛି। 

ସୂଚନା ମୁତାବିକ, ଅତିରିକ୍ତ ଚକବନ୍ଦୀ କମିଶନର କାର୍ଯ୍ୟାଳୟରେ ଅବସ୍ଥାପିତ କିରାଣୀ ଜିତେନ୍ଦ୍ର ସେନାପତି ଅଭିଯୋଗକାରୀ ଗାୟତ୍ରୀ ମିଶ୍ରଙ୍କ ଏକ ଜମିଜମା ସମ୍ପର୍କିତ ମାମଲାର ରଫାଦଫା କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । କେନ୍ଦ୍ରାପଡା ଭିଜିଲାନ୍ସ ଡିଏସପି ଭାଗ୍ୟଲକ୍ଷ୍ମୀ ପୁହାଣଙ୍କ ନେତୃତ୍ୱରେ ଏକ ଛଅ ଜଣିଆ ଟିମ ଚଢାଉ କରି ଲାଞ୍ଚ ଟଙ୍କା ସହ ଜିତେନ୍ଦ୍ର ସେନାପତିଙ୍କୁ ମାଡି ବସିଥିଲା। ଜିତେନ୍ଦ୍ରଙ୍କୁ ଭିଜିଲାନ୍ସ ଡ଼ିଏସପିଙ୍କ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଉଛି। ସ୍ଥାନୀୟ ଠାକୁର ପାଟଣା ଗାଁରେ ଥିବା ଜିତେନ୍ଦ୍ରଙ୍କ ଭଡାଘର ସମେତ ତାଳସଙ୍ଗା ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ବିଭାଗର ଦୁଇଟି ଟିମ ଚଢ଼ାଉ ଜାରି ରଖିଛନ୍ତି ।ଏ ନେଇ ଭିଜିଲାନ୍ସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

  • PrameyaOdia
  • prameya
  • vigilance raid
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.