ପ୍ରମୂଖ ଖବର
  • ଶେଷ ପର୍ଯ୍ୟାୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ
  • ||
  • ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଦିଲ୍ଲୀର ଲାଲକିଲ୍ଲା ଏବଂ ଜାମା ମସଜିଦକୁ ବୋମା ମାଡ ଧମକ, ଅନୁସନ୍ଧାନ ପରେ ପୋଲିସକୁ ମିଳିଲା…

Published By : Prameya | April 10, 2025 5:11 PM

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ଏବଂ ଜାମା ମସଜିଦକୁ ବୋମା ମାଡ଼ କରି ଉଡାଇ ଦେବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ କହିଛି ଯେ ଯେତେବେଳେ ଏହାକୁ ନେଇ କଲ୍ ଯାଞ୍ଚ କରାଯାଇଥିଲା, ସେତେବେଳେ କିଛି ସନ୍ଦିଗ୍ଧ ମିଳିନଥିଲା ଏବଂ ଏହା ଏକ ମିଥ୍ୟା କଲ୍ ଥିଲା। ଏହି କଲ୍ ପାଇବା ପରେ ତୁରନ୍ତ ଗୁରୁବାର ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଦିଲ୍ଲୀ ଅଗ୍ନିଶମ ସେବା କହିଛି ଯେ ସକାଳ ୯.୩୦ରେ ଜାମା ମସଜିଦ ଏବଂ ଲାଲକିଲ୍ଲାରେ ବୋମା ଧମକ ବିଷୟରେ ଏକ ଫୋନ୍ ଆସିଥିଲା। ଏହା ପରେ, ସେଠାରେ ଏକ ଅନୁସନ୍ଧାନ କରାଯାଇଥିଲା।

ଦିଲ୍ଲୀ ପୋଲିସ ତାର ବିବୃତ୍ତିରେ କହିଛି ଯେ, କଲ୍ ପାଇବା ପରେ, ବୋମା ନିଷ୍କ୍ରିୟକାରୀ ଦଳ ଏବଂ CISF ଦଳ ସମଗ୍ର ପରିସରକୁ ଭଲ ଭାବରେ ଯାଞ୍ଚ କରିଥିଲେ କିନ୍ତୁ କିଛି ସନ୍ଦେହଜନକ ମିଳିନଥିଲା।

ଦିଲ୍ଲୀରେ ବୋମା ଧମକ ଦିଆଯିବା ଏହା ପ୍ରଥମ ଘଟଣା ନୁହେଁ। ନିକଟ ଅତୀତରେ ମଧ୍ୟ ବୋମା ଧମକ ସମ୍ପର୍କିତ କଲ୍ ବୃଦ୍ଧି ପାଇଛି । ସ୍କୁଲ ଏବଂ ବିମାନ ଉପରେ ବୋମା ପକାଇବା ଧମକପୂର୍ଣ୍ଣ ଅନେକ କଲ୍ ଏପର୍ଯ୍ୟନ୍ତ ଆସିସାରିଛି।

ଫେବୃଆରୀ ମାସରେ ହିଁ ଦିଲ୍ଲୀ ଏବଂ ନୋଏଡାର ସ୍କୁଲ ଗୁଡ଼ିକୁ ବୋମା ଧମକ ମିଳିଥିଲା। ଜାନୁଆରୀ ୧୦ ତାରିଖରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ୨୩ଟି ସ୍କୁଲକୁ ବୋମା ଧମକପୂର୍ଣ୍ଣ ଇମେଲ୍ ପଠାଇଥିଲେ। ଆଉ ପରେ ସେ ଦିଲ୍ଲୀରେ ଧରାପଡ଼ିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.