ଆଠଗଡ଼,୦୪/୦୯: ଆଡ଼ି ବନ୍ଧ ଲୁହା ଚାନେଲ ଗେଟ୍ ଚୋରି କରି ନେଇଥିଲେ ଦୁର୍ବୃତ୍ତ । ଏହି ମାମଲାରେ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଗୁରୁଡିଝାଟିଆ ଥାନା ପୋଲିସ । ଆଠଗଡ଼ର ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁରେ ଏଭଳି ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ଚାଷ ଜମିକୁ ପାଣି ମାଡିବା ପାଇଁ ଜଳସେଚନ ବିଭାଗ ପକ୍ଷରୁ ଆଡ଼ି ବନ୍ଧ କରି ଲୁହା ଚାନେଲ ଗେଟ୍ ଲଗାଇ ଦିଆଯାଇଥିଲା । ହେଲେ ଏହାକୁ ଗାଁର କିଛି ଲୋକ ଚୋରେଇ ନେଇଥିଲେ । ଏନେଇ ବିଭାଗୀୟ ଅଧିକାରୀ ଗୁରୁଡିଝାଟିଆ ଥାନାରେ ଏକ ଏତଲା ଦେଇଥିଲେ । ଉକ୍ତ ଏତଲାକୁ ଆଧାର କରି ପୋଲିସ ତଦନ୍ତ କରିବା ପରେ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ଏନେଇ ଏକ ମାମଲା ରୁଜୁ କରି ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଗୁରୁଡିଝାଟିଆ ଥାନା ପୋଲିସ । ଏ ବିଷୟରେ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।