ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଆଇପିଏଲ ୨୦୨୪ : ରାଜସ୍ଥାନକୁ ୧୨୬ର ଟାର୍ଗେଟ୍ ଦେଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ୱାଇ : ଆଜି ରାଜସ୍ଥାନ ରୟାଲ୍ସ ଓ ମୁମ୍ୱାଇ ଇଣ୍ଡିଆନ୍ସ ମଧ୍ୟରେ ଚାଲିଛି ଟକ୍କର। ଏହା ଆଇପିଏଲ ୨୦୨୪ର ୧୪ତମ ମ୍ୟାଚ୍‌। ଏମଆଇ ଓ ଆରଆର ମୁମ୍ୱାଇର ୱାଙ୍ଖେଡେ ଷ୍ଟାଡିୟମରେ ସାମ୍ନା ସାମ୍ନି ହୋଇଛନ୍ତି। ରାଜସ୍ଥାନ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଏହି ମୁକାବିଲାରେ ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରି ମୁମ୍ୱାଇର ଟିମ୍‌ ରାଜସ୍ଥାନ ସାମନାରେ ୧୨୬ ରନ୍‌ର ଛୋଟ ଟାର୍ଗେଟ୍‌ ଦେଇଛି। 

ମ୍ୟାଚ୍‌ରେ ମୁମ୍ୱାଇର ଆରମ୍ଭ ଖୁବ୍‌ ଖରାପ ରହିଥିଲା। ଟିମ୍‌ ୨୦ ରନ୍‌ରେ ୪ ୱିକେଟ୍‌ ହରାଇ ଦେଇଥିଲା। ଏଥିରେ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ନାନ୍ଦ୍ରେ ବର୍ଗର ୧ ୱିକେଟ୍‌ ନେଇଥିଲେ। ଏହା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩୪ ଓ ତିଳକ ବର୍ମା ୩୨ ରନ୍‌ କରି ପାଳିକୁ ସମ୍ଭାଳି ଥିଲେ। ଶେଷରେ ଟିମ୍‌ ଡେଭିଡ୍‌ ୧୭ ରନ୍‌ କରି ମୁମ୍ୱାଇକୁ ୯ ୱିକେଟ୍‌ରେ ୧୨୫ ରନ୍‌ ଯାଏ ପହଞ୍ଚାଇ ଥିଲେ। 

ସମ୍ଭାବ୍ୟ ଦଳ -

ମୁମ୍ବାଇ ଇଣ୍ଡିଆନ୍ସ – ରୋହିତ ଶର୍ମା , ଈଶାନ କିଷନ , ନମନ ଧୀର, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଟିମ୍ ଡେଭିଡ୍, ଡିୱା ଲ୍ଡ ବ୍ରେଭିସ୍/ରୋମାରିଓ ସେଫର୍ଡ, ସାମ୍ସ ମୁଲାନୀ, ଗେରାଲ୍ଡ କୋଏଜି, ପିୟୂଷ ଚାୱଲା, ଲ୍ୟୁକ୍ ଉଡ୍/କ୍ୱେନା ମଫାକା, ଯଶପ୍ରୀତ ବୁମରା।

ରାଜସ୍ଥାନ ରୟାଲ୍ସ : ଯଶସ୍ୱୀ ଜୈସ୍ୱାଲ୍, ଜୋସ ବଟଲର, ସଞ୍ଜୁ ସାମସନ (ଅଧିନାୟକ), ରିୟାନ ପରାଗ, ସିମରନ ହେତମାୟର, ରୋଭମାନ ପାୱେଲ୍/ନାନ୍ଦ୍ରେ ବର୍ଗର, ରବି ଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ , ଅଭେଶ ଖାନ, ସନ୍ଦୀପ ଶର୍ମା, ୟୁଝବେନ୍ଦ୍ର ଚହଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.