ପ୍ରମୂଖ ଖବର
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଅନ୍ତର୍ଜାତୀୟ ନର୍ସ ଦିବସ, ଏ ବର୍ଷର ଥିମ୍ ‘ଆମ ନର୍ସ, ଆମ ଭବିଷ୍ୟତ । ସେବା ଯତ୍ନର ଆର୍ଥିକ ଶକ୍ତି ’

ନୂଆଦିଲ୍ଲୀ ୧୨/୦୫:  ରୋଗୀସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ, ସମର୍ପଣଭାବକୁ ପ୍ରଶଂସା ଓ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ସମଗ୍ର ବିଶ୍ୱରେ ପାଳିତ ହୁଏ ଅନ୍ତର୍ଜାତୀୟ ନର୍ସ ଦିବସ । ଆଧୁନିକ ନର୍ସିଂର ଅଗ୍ରଦୂତ ଫ୍ଲୋରେନ୍ସ ନାଇଟ୍‌ଆଙ୍ଗେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରତି ବର୍ଷ ମେ ୧୨ ତାରିଖରେ ଏହି ଦିବସ ପାଳିତ ହୁଏ । ନର୍ସିଂ ଏକ ଉତ୍ତମ ଏବଂ  ନିଃସ୍ୱାର୍ଥପର ବୃତ୍ତି । ଲୋକଙ୍କ ସୁସ୍ଥତା ପ୍ରତି ନର୍ସମାନଙ୍କ  ସମର୍ପଣଭାବକୁ ସ୍ୱୀକାର କରିବା ଏହି ଦିବସ ପାଳନର  ଉଦ୍ଦେଶ୍ୟ । 

ନର୍ସଙ୍କ ଅଧିକାର ଓ ସଂଘର୍ଷ ବିଷୟରେ  ଜନସଚେତନତା ସୃଷ୍ଟି ସହିତ ସେମାନଙ୍କ ପାଇଁ ଉନ୍ନତ  କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଲାଗି ଲୋକଙ୍କୁ ଓ  ନର୍ସଙ୍କୁ ଶିକ୍ଷିତ କରିବା ଉଦ୍ଦେଶ୍ୟରେ ଇଣ୍ଟର୍‌ନ୍ୟାସ୍‌ନାଲ  କାଉନ୍‌ସିଲ ଫର୍‌ ନର୍ସେସ୍‌ ଦ୍ୱାରା ୧୯୬୫ ମସିହାରେ  ଏହି ଦିବସ ଆରମ୍ଭ କରାଯାଇଥିଲା । ସେବେଠାରୁ ପ୍ରତି  ବର୍ଷ ଅନ୍ତର୍ଜାତୀୟ ନର୍ସ ଦିବସ ପାଳିତ ହେଉଛି । ଚଳିତ  ବର୍ଷ ଏହି ଦିବସର ବିଷୟ ରହିଛି ‘ଆମ ନର୍ସ, ଆମ  ଭବିଷ୍ୟତ । ସେବା ଯତ୍ନର ଆର୍ଥିକ ଶକ୍ତି ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.