ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ଅଶ୍ୱାରୋହୀଙ୍କ ଦୁଃଖ..୧୯ ବର୍ଷ ବୟସରେ ଅବସର ନେଲେ 'ଚିରାଗ'

ନୂଆଦିଲ୍ଲୀ, ୦୨/୦୯: ଭାରତର ଯୁବ  ଅଶ୍ୱାରୋହୀ ଚିରାଗ ଖଣ୍ଡାଲ ମାତ୍ର ୧୯ ବର୍ଷ  ବୟସରେ ଅବସର ଘୋଷଣା କରିଛନ୍ତି । ଦେଶର ସର୍ବକନିଷ୍ଠ ଅଶ୍ୱ ଚାଳକ ଭାବେ ସେ ହାଙ୍ଗଝୌ ଏସୀୟ କ୍ରୀଡ଼ାକୁ ଯୋଗ୍ୟତା  ହାସଲ କରିଥିଲେ । କିନ୍ତୁ ପରମୁହୂର୍ତ୍ତରେ  ଭାରତୀୟ ସଂଘ (ଇଏଫ୍‌ଆଇ) ଯେତେବେଳେ  ଆଇଓଏ(ଭାରତୀୟ ଅଲିମ୍ପିକ୍ସ ସଂଘ)କୁ  ଚୂଡ଼ାନ୍ତ ତାଲିକା ପଠାଇଥିଲା, ସେତେବେଳେ  ଚିରାଗଙ୍କ ନାମ ନଥିଲା । ଚିରାଗଙ୍କ ପରିବାର  ଏ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।  ସୁପ୍ରିମକୋର୍ଟ ମଧ୍ୟ ତାଙ୍କୁ ଦଳରେ ସାମିଲ  କରିବା ନେଇ ନିର୍ଦ୍ଦେଶ ଦେଇଥିଲେ । 

ମେ’ ମାସ ୨୦ ତାରିଖ ଚୂଡ଼ାନ୍ତ ତାଲିକା  ପଠାଇବାର ଶେଷ ଦିନ ଥିଲା । ସେଦିନ  ରାତିରେ ଇଏଫ୍‌ଆଇ ପକ୍ଷରୁ ଏକ ଇ-ମେଲ  ଚିରାଗଙ୍କ ପାଖକୁ କରାଯାଇଥିଲା ଏବଂ  କୁହାଯାଇଥିଲା ଯେ ତୁମର ଘୋଡ଼ା ଅନ୍ୟ  ଜଣଙ୍କୁ ଦିଆଯାଇଛି । ସମୟ ନଥିବାରୁ ଚିରାଗ  ଅନ୍ୟ ଘୋଡ଼ା ପାଇ ନଥିଲେ । ବାସ୍‌, ଏହାପରେ  ତାଙ୍କର ଏସୀୟ କ୍ରୀଡ଼ାରେ ଭାଗ ନେବାର ସବୁ  ସ୍ୱପ୍ନ ଧୂଳିସାତ ହୋଇଥିଲା । 

ଚିରାଗ କହିଛନ୍ତି, ‘ଖେଳରୁ ଅବସର ଛଡ଼ା ମୋ ପାଖରେ ଆଉ କୌଣସି ବିକଳ୍ପ  ନାହିଁ। ଆଉ ଫେରିବାକୁ ବି ଚାହୁଁନି । ଏ  କ୍ରୀଡ଼ା ବହୁ ବ୍ୟୟ ବହୁଳ । ଏସୀୟ କ୍ରୀଡ଼ା  ପାଇଁ ମୋ ବାପା, ମାଆ ୨ କୋଟିରୁ ଊଦ୍ଧ୍ୱର୍  ଖର୍ଚ୍ଚ କରିଥିଲେ। ଆଉ ଆମ ପାଖରେ ଟଙ୍କା  ନାହିଁ । ଆମେ ଆମର ଘରୋଇ ସହର  ଜୟପୁରକୁ ଫେରିଯାଉଛୁ । ଜାତୀୟ ସଂଘକୁ  ଭାରତୀୟ ସେନା ସଂପୂର୍ଣ୍ଣ ନିୟନ୍ତ୍ରଣ କରୁଛି,  ଆଉ ସେମାନେ ହିଁ ମୋର କ୍ୟାରିୟର ଶେଷ  କରିଦେଲେ। ଏତେସବୁ ଘଟଣା ଘଟିବା ପରେ  ମୁଁ ଆଉ ଅଲିମ୍ପିକ୍ସ କଥା ଭାବି ପାରୁ ନାହିଁ । ମୋ  କ୍ୟାରିୟର ଶେଷ ହୋଇଗଲା। ଇଏଫ୍‌ଆଇ ହିଁ  ମୋର କ୍ୟାରିୟର ନଷ୍ଟ କରିଦେଲା ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.