ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ଜମ୍ମୁ-କାଶ୍ମୀରରେ ମରିଛନ୍ତି ୬୦% ପାକିସ୍ତାନୀ ଆତଙ୍କୀ, ସେନା ମୁଖ୍ୟ କହିଲେ ଏଲଏସିର ତାଜା ସ୍ଥିତି

Published By : Prameya | January 13, 2025 5:33 PM

ନୂଆଦିଲ୍ଲୀ,୧୩।୧: ଦେଶର ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଜମ୍ମୁ-କଶ୍ମୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ଦେଇଛନ୍ତି ବଡ଼ ବୟାନ। ଶନିବାର ସେ କହିଛନ୍ତି, ଗତ ବର୍ଷ ମୃତ ୬୦% ଆତଙ୍କବାଦୀ ପାକିସ୍ତାନର ଥିଲେ। ଆଜିର ସ୍ଥିତିରେ ଘାଟି ଓ ଜମ୍ମୁରେ ଯେଉଁ ଆତଙ୍କବାଦୀ ଅଛନ୍ତି, ଆମକୁ ଲାଗୁଛି ତାଙ୍କ ଭିତରୁ ପ୍ରାୟ ୮୦% ପାକିସ୍ତାନୀ। ଜମ୍ମୁ-କଶ୍ମୀର ବିଷୟରେ ଯଦି କଥା ହେବା ତେବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ନିୟନ୍ତ୍ରଣ ରେଖାରେ ଡିଜିଏମ୍‌ଓ ଭିତରେ ସହମତି ପରେ ଫେବୃଆରୀ ୨୦୨୧ ରୁ ପ୍ରଭାବୀ ସଂଘର୍ଷ ବିରାମ ଜାରି ରହିଛି। ତେବେ ଆତଙ୍କୀ ଢାଞ୍ଚା ଜାରି ରହିଛି। ଆଇବି ସେକ୍ଟରରୁ ଅନୁପ୍ରବେଶ କରିବାର ଚେଷ୍ଟା ଜାରି ରହିଛି। ନିକଟରେ ଉତ୍ତର କାଶ୍ମୀର ଓ ଡୋଡାର କିଶତଓ୍ବାଡା ବେଲ୍ଟରେ ଆତଙ୍କବାଦୀ ଗତିବିଧି ବୃଦ୍ଧି ଘଟିଛି। 

ଜେନେରାଲ ଦ୍ବିବେଦୀ କହିଛନ୍ତି ଆମେ ଏଥର ଅମରନାଥ ଯାତ୍ରା ବେଳେ ୫ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଦେଖିଛି। ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ସଞ୍ଚାଳନର ଏକ ସକାରତ୍ମକ ପରିବର୍ତ୍ତନ ସଙ୍କେତ। ସେ କହିଛନ୍ତି ‘ଟେରୋରିଜମ୍‌ରୁ ଟୁରିଜିମ୍’ ଥିମ ଧିରେ ଧିରେ ଆକାର ନେଉଛି। ସେ କହିଚନ୍ତି, ମୁଁ ସବୁଠାରୁ ପ୍ରଥମ ପ୍ରସଙ୍ଗ ଉପରେ କଥା ହେବି ଓ ଉତ୍ତର ସୀମାରୁ ଆରମ୍ଭ କରିବି। ଯେପରିକି ଆପଣମାନେ ଜାଣନ୍ତି, ସ୍ଥିତି ସମ୍ବେଦନଶୀଳ କିନ୍ତୁ ସ୍ଥିର ରହିଛି। ଅକ୍ଟୋବରରେ ପୂର୍ବ ଲଦାଖର ଦେପସାଙ୍ଗ ଓ ଡେମଚୋକରେ ସ୍ଥିତିରେ ସୁଧାର ହୋଇଛି। 

୧.୫ ଲକ୍ଷ କୋଟିର ଡିଫେନ୍ସ ଡିଲ୍ କରିବାକୁ ଯାଉଛି ଭାରତ, ସେନାକୁ ମିଳିବ ଫାଇଟର ଜେଟ୍, ସବମରିନ୍ ସହ ଏହି ସବୁ ଅସ୍ତ୍ର

ସେନା ମୁଖ୍ୟ କହିଛନ୍ତି, ଏଲଏସିରେ ଆମର ମୁତୟନ ସନ୍ତୁଳିତ ଓ ମଜବୁତ ରହିଛି। ଆମେ କୌଣସି ସ୍ଥିତିର ମୁକାବିଲା ପାଇଁ ଭାବରେ ଭାବରେ ପ୍ରସ୍ତୁତ ଅଛି। ଉତ୍ତର ସୀମା ପାଇଁ ଏକ ଫୋକସ୍‌ କ୍ଷମତା ବିକାଶ ଯୁଦ୍ଧ-ଲଢିବାର ପ୍ରଣାଳୀରେ ଟେକ୍ନୋଲୋଜିର ସଞ୍ଚାରକୁ ସକ୍ଷମ କରାଯାଇଛି। ସେଭଳି ସେନା ଜମ୍ମୁର ଅଖନୁର ସେକ୍ଟରରେ ଆତଙ୍କବାଦୀଙ୍କ ସନ୍ଦିଗ୍ଧ ଗତିବିଧିର ସୂଚନା ମିଳିବା ପରେ ତଲାସୀ ଅଭିଯାନ ଆରମ୍ଭ କରିଛି। ରବିବାର ଡ୍ରୋନ୍‌ ଏବଂ ଅନ୍ୟ ଉପକରଣର ସାହାଯ୍ୟ ନିଆଯାଇଥିଲା।   

  • Jammu Kashmir
  • Terrorist
  • Indian Army
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.