ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

‘ସିପିଆଇ ଇଣ୍ଡେକ୍ସ’ରେ ୩ଟି ସ୍ଥାନ ତଳକୁ ଖସିଲା ଭାରତ, ରାଙ୍କ୍‌ ୯୬, ସ୍କୋର ୩୮; ସ୍କଡେନ୍‌ମାର୍କ ସବୁଠୁ କମ୍‌ ଦୁର୍ନୀତିଗ୍ରସ୍ତ

Published By : Prameya | February 13, 2025 10:34 AM

ନୂଆଦିଲ୍ଲୀ,୧୩/୦୨: ଦୁର୍ନୀତି ତାଲିକାରେ ଭାରତର ସ୍ଥାନ ତଳକୁ ଖସିଚାଲିଛି । ଅର୍ଥାତ ଦୁର୍ନୀତି ବଢ଼ୁଛି । ଗତବର୍ଷ ରାଙ୍କ୍‌ ଥିଲା ୯୩ । ୩ଟି ସ୍ଥାନ ତଳକୁ  ଖସି ଏ ବର୍ଷ ୯୬ରେ । ୨୦୧୮ରେ ଭାରତ  ୮୦ତମ ସ୍ଥାନରେ ଥିଲା । ଗତ ୧୦ ବର୍ଷରେ ଏହା ଭାରତର ସବୁଠୁ ଖରାପ ରାଙ୍କିଙ୍ଗ।  

ତାଲିକାର ପ୍ରଥମ ରାଙ୍କରେ ରହିଛି  ଡେନମାର୍କ । ଅର୍ଥାତ୍‌ ଡେନମାର୍କରେ ଦୁର୍ନୀତି  ସବୁଠାରୁ କମ୍‌ । ସ୍ୱଚ୍ଛତା ପାଇଁ ୧୦୦ରୁ ୯୦ ମାର୍କ ପାଇଛି ଦେଶ । ଭାରତର ସ୍କୋର ମାତ୍ର ୩୮ । ରାଙ୍କ ବଢ଼ିବା ଅର୍ଥ କମ୍‌ ସ୍ୱଛ, ଅଧିକ ଦୁର୍ନୀତି । ଦୁର୍ନୀତି ବିରୋଧରେ କାମ କରୁଥିବା ଅନ୍ତର୍ଜାତୀୟ ସଙ୍ଗଠନ ‘ଟ୍ରାନ୍ସପରେନ୍ସି  ଇଣ୍ଟରନ୍ୟାସନାଲ’ ଏହାର କରପ୍ସନ ପର୍‌ସେପ୍ସନ ଇଣ୍ଡେକ୍ସ (ସିପିଆଇ)-୨୦୨୪ ଜାରି କରିଥିବା ତାଲିକାରେ ୧୮୦ ଦେଶର ତାଲିକାର ଦୁର୍ନୀତି ରାଙ୍କ ପ୍ରକାଶ ପାଇଛି । ଭାରତ ସହ ସମାନ ସ୍ଥାନ  (୯୬)ରେ ଗାମ୍ବିଆ ଏବଂ ମାଳଦ୍ୱୀପ ରହିଛି । 

ସରକାରୀ କ୍ଷେତ୍ରରେ ହେଉଥିବା ଦୁର୍ନୀତିରେ ସିପିଆଇ ଏକ ବୈଶ୍ୱିକ ବାରୋମିଟର ଭାବେ କାମ କରେ । ଏହା ୦ ରୁ ୧୦୦ ଭିତରେ ବିଭିନ୍ନ ଦେଶକୁ ନମ୍ବର ଦେଇଥାଏ । ୨୦୨୩ରେ ଏହା  ୩୯ ଏବଂ ୨୦୨୨ରେ ଭାରତ ୪୦ ନମ୍ବର  ପାଇଥିଲା । ଏହା ସୂଚାଉଛି ଯେ ପ୍ରତିବର୍ଷ ଭାରତରେ ଦୁର୍ନୀତି ବଢ଼ି ଚାଳିଛି ।  

ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ , ଦୁଇ ଦେଶ ମଧ୍ୟରେ ହେବ ଦ୍ବିପାକ୍ଷିକ ଆଲୋଚନା

ଭାରତର ପଡ଼ୋଶୀ ପାକିସ୍ତାନ ଏହି  ତାଲିକାରେ ୧୩୫ ତମ ସ୍ଥାନରେ ରହିଛି ।  ସେହିପରି ଶ୍ରୀଲଙ୍କା ୧୨୧, ବାଂଲାଦେଶ ୧୪୯  ଏବଂ ଚୀନ୍‌ ଉନ୍ନତ ପ୍ରଦର୍ଶନ କରି ୭୬ ତମ  ସ୍ଥାନରେ ରହିଛି । ଆଫଗାନିସ୍ତାନର ରାଙ୍କ ୧୬୫  ରହିଛି । ଏହା ତଳକୁ ରହିଛନ୍ତି ଫିନ୍‌ଲ୍ୟାଣ୍ଡ(୮୮), ସିଙ୍ଗାପୁର(୮୪), ନ୍ୟୁଜିଲାଣ୍ଡ(୮୩) । ସାଉଥ୍‌ ସୁଦାନ ସବୁଠାରୁ ଦୁର୍ନୀତିଗ୍ରସ୍ତ  ଦେଶ ହୋଇଛି । ଇଣ୍ଡେକ୍ସରେ ଏହା ମାତ୍ର ୮ ନମ୍ବର ପାଇ ସବୁଠୁ ତଳେ ରହିଛି । ସାଉଥ  ସୁଦାନ ଉପରେ ରହିଛି ସୋମାଲିଆ (୯),  ଭେନେଜୁଏଲା(୧୦), ସିରିଆ(୧୨), ଲିବ୍ୟା  ଏବଂ ୟେମେନ (୧୩) । 

ସାଉଥ୍‌ ସୁଦାନ ସବୁଠାରୁ ଦୁର୍ନୀତିଗ୍ରସ୍ତ  ଦେଶ ହୋଇଛି । ଇଣ୍ଡେକ୍ସରେ ଏହା ମାତ୍ର ୮  ନମ୍ବର ପାଇ ସବୁଠୁ ତଳେ ରହିଛି । ସାଉଥ  ସୁଦାନ ଉପରେ ରହିଛି ସୋମାଲିଆ (୯),  ଭେନେଜୁଏଲା(୧୦), ସିରିଆ(୧୨), ଲିବ୍ୟା ଏବଂ ୟେମେନ (୧୩) ।  ୨୦୧୨ ତୁଳନାରେ ୩୨ ଦେଶ ସେମାନଙ୍କ  ଦୁର୍ନୀତି ସ୍ତର ଆଖିଦୃଶିଆ ଭାବେ କମାଇଥିବା  ରିପୋର୍ଟରେ କୁହାଯାଇଛି ।୨୨ ନମ୍ବର ପାଇ ରୁଷ୍‌ ୧୫୪ ସ୍ଥାନରେ ରହିଛି । ୨୮ତମ ରାଙ୍କରେ ଥିବା ଆମେରିକାକୁ ୬୫ ନମ୍ବର ମିଳିଛି । ଉଭୟ ବ୍ରିଟେନ ଏବଂ ଜାପାନ ୭୧ ନମ୍ବର ପାଇ ୨୦ତମ ର‌୍ୟାଙ୍କରେ ରହିଛନ୍ତି।   

ରିପୋର୍ଟ ଦର୍ଶାଇଛି ଯେ ଭାରତରେ ଗତ  ୧୦ ବର୍ଷରେ ଦୁର୍ନୀତି ବଢ଼ିଛି । ୨୦୧୫ରେ ଭାରତ  ଏହି ତାଲିକାରେ ୭୬ତମ ସ୍ଥାନରେ ରହିଥିଲା । ୧୦ ବର୍ଷରେ ଭାରତ ୧୧ ସ୍ଥାନ ତଳକୁ ଖସି ୯୬ରେ ପହଞ୍ଚିଛି । ୨୦୧୪ରୁ ୨୦୨୪ ମଧ୍ୟରେ  ଭାରତ ୨୦୧୫ରେ ସବୁଠୁ ଭଲ ପ୍ରଦର୍ଶନ  କରିଥିଲା । ସେହିବର୍ଷ ଭାରତ ସିପିଆଇ  ତାଲିକାରେ ୭୬ତମ ସ୍ଥାନରେ ରହିଥିଲା । ଏହା ପରଠାରୁ ଭାରତର ରାଙ୍କିଙ୍ଗ ଲଗାତର  ତଳକୁ ଖସିବାରେ ଲାଗିଛି । ମୋଟ ବିଶ୍ୱ ଜନସଂଖ୍ୟାର ୮୫% ଲୋକ ଏପରି  ଦେଶରେ ରହୁଛନ୍ତି, ଯାହାର ସିପିଆଇ ସ୍କୋର ୫୦ରୁ  କମ୍‌ । ସବୁଠାରୁ କମ୍‌ ସ୍କୋର କରିଥିବା ଅଧିକାଂଶ  ଦେଶ ଯୁଦ୍ଧ କିମ୍ବା ଅନ୍ୟ ପ୍ରକାର ସଂଘର୍ଷର ସମ୍ମୁଖୀନ  ହେଉଛନ୍ତି । 

ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ କହିଛି  ଯେ, ଦୁର୍ନୀତି ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ  ବିରୋଧରେ ନିଆଯାଉଥିବା ପଦକ୍ଷେପ ବାଟରେ ବଡ଼  ବାଧକ ହୋଇ ଛିଡ଼ା ହୋଇଛି । ରେକର୍ଡ ଭାଙ୍ଗୁଥିବା ବିଶ୍ୱତାପନ, ଅଚାନକ ପାଣିପାଗ ପରିବର୍ତ୍ତନ,  ଗଣତନ୍ତ୍ରର ମୂଲ୍ୟବୋଧ ହ୍ରାସ ସମେତ ବୈଶ୍ୱିକ ସ୍ତରରେ ଜଳବାୟୁ ପରିବର୍ତ୍ତନ ବିରୋଧୀ ନେତୃତ୍ୱ  ମଧ୍ୟ ଦୁର୍ବଳ ପଡ଼ିଛି । ଜଳବାୟୁ ପରିବର୍ତ୍ତନ ବିରୋଧୀ  ଲଢ଼େଇକୁ ଦୁର୍ନୀତି ଅଧିକ କଷ୍ଟକର କରିଦେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.