ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ , ଦୁଇ ଦେଶ ମଧ୍ୟରେ ହେବ ଦ୍ବିପାକ୍ଷିକ ଆଲୋଚନା

Published By : prameya | February 13, 2025 9:02 AM

ନୂଆଦିଲ୍ଲୀ,୧୩/୦୨:  ସଫଳ ଫ୍ରାନ୍ସ ଯାତ୍ରା ପରେ ଏବେ  ଦୁଇଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକାରେ ପହଞ୍ଚିବା ପରେ ବିମାନବନ୍ଦରରେ ତାଙ୍କର ଭବ୍ୟ ସ୍ବାଗତ କରାଯାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦିଙ୍କ ସହ କରିବେ ଦ୍ବିପାକ୍ଷିକ ଆଲୋଚନା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ୱିତୀୟ କାର୍ଯ୍ୟକାଳ ପରେ ଏହା ପ୍ରଥମ ସାକ୍ଷାତ।  ୱାଶିଂଟନର ଜଏଣ୍ଟ ଆଣ୍ଡ୍ରୁଜ୍ ବେସରେ ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିବା ପରେ  ସେଠାରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା।  ହାଲୁକା ବର୍ଷା ସହ ଉଡୁଥିବା ତ୍ରିରଙ୍ଗା ଏବଂ ଆମେରିକୀୟ ପତାକା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିମାନ ଅବକରଣ କରିଥିଲା । ଏହା ଉଭୟଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ ଥିଲା । କାରଣ ଟ୍ରମ୍ପଙ୍କ ନୂତନ କାର୍ଯ୍ୟକାଳରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ହେବ।

ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ରାଜଧାନୀ ମଧ୍ୟରେ ଥିବା  ରାଷ୍ଟ୍ରପତିଙ୍କ ଅତିଥି ଭବନ ବ୍ଲେୟାର ହାଉସରେ ରହିଛନ୍ତି। ସେହିପରି ଆମେରିକା ପହଞ୍ଚିବା ପରେ ମୋଦି ରାଷ୍ଟ୍ର ଗୁଇନ୍ଦା ନିବେଶକ ତୁଳସୀ  ଗବ୍ବାର୍ଡଙ୍କ ସହିତ ସାକ୍ଷାତ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବ୍ୟ ସ୍ବାଗତ କରିଛନ୍ତି। ଏହି ସମୟରେ ଉଭୟ ଦେଶ ମଧ୍ୟରେ ସୁରକ୍ଷା ସମ୍ବନ୍ଧିତ ଆଲୋଚନା କରିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଟ୍ରମ୍ପ ବାଣିଜ୍ୟ, ପ୍ରତିରକ୍ଷା ଏବଂ ଶକ୍ତି ସହଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ଏହା ବ୍ୟତୀତ H1B ଭିସା, ଆତଙ୍କବାଦ ମୁକାବିଲା, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ଥିରତା ଏବଂ ଆମେରିକାରେ ଲୁଚି ରହିଥିବା ଗ୍ୟାଙ୍ଗଷ୍ଟରମାନଙ୍କ ବିଷୟରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।

ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତି ବିଶ୍ୱ ବାଣିଜ୍ୟରେ ବହୁତ ହଇଚଇ ସୃଷ୍ଟି କରିଛି। ଏପରି ପରିସ୍ଥିତିରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଥମିକତା ହେବ ଭାରତ ବିରୁଦ୍ଧରେ ଯେ କୌଣସି ପ୍ରକାରର ନକାରାତ୍ମକ ଆମେରିକୀୟ କାର୍ଯ୍ୟାନୁଷ୍ଠାନକୁ ରୋକିବା। ଏହି ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ରୁଷ-ୟୁକ୍ରେନ ବିବାଦ ମଧ୍ୟରେ ଶାନ୍ତି ପ୍ରୟାସ ଚାଲିଛି, ତେଣୁ ଏହି ପରିପ୍ରେକ୍ଷୀରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ଗୁରୁତ୍ୱପୂର୍ଣ୍ଣ ହେବ।ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ପ୍ରବାସୀ ଭାରତୀୟ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ବର୍ଷା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ ଝଲକ ପାଇବା ପାଇଁ ପ୍ରବାସୀ ଭାରତୀୟ ଧର୍ଯ୍ୟର ସହିତ ଅପେକ୍ଷା କରିଥିଲେ। ଏହା ଆମେରିକାରେ ଥିବା ଭାରତୀୟମାନଙ୍କ ମଧ୍ୟରେ ମୋଦିଙ୍କ ଲୋକପ୍ରିୟତାକୁ ପ୍ରତିଫଳିତ କରେ।  ଯେଉଁମାନେ ତାଙ୍କ ନେତୃତ୍ୱ ଏବଂ ଭାରତର ପ୍ରଗତିରେ ବିଶ୍ୱାସ କରନ୍ତି। ପ୍ରକାଶ ଥାଉକି, ଆଜି ରାତିରେ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କ ସହ ମୋଦି ରାତ୍ର ଭୋଜନରେ ସାକ୍ଷାତ କରିବେ । 





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.