ପ୍ରମୂଖ ଖବର
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଜଳ, ସ୍ଥଳ ଓ ଆକାଶରେ ଆହୁରି ବଢ଼ିବ ଭାରତର ଶକ୍ତି; କାହିଁକି ଖାସ୍‌ ପ୍ରିଡେଟର MQ-9B ଡ୍ରୋନ୍ ?

ନୂଆଦିଲ୍ଲୀ: ଆହୁରି ବଢ଼ିବ ୩ ସେନାର ଶକ୍ତି । ଭାରତ ସରକାର ଆମେରିକା ସହ ଏକ ବଡ଼ ଚୁକ୍ତି କରିଛନ୍ତି। ଆମେରିକାର ଶକ୍ତିଶାଳୀ ପ୍ରିଡେଟର MQ-9B ଡ୍ରୋନ୍ କ୍ରୟ କରିବେ ଭାରତ ସରକାର । ଏଥିପାଇଁ ଭାରତ ସରକାର ଆମେରିକା ସହ ୩୨ ହଜାର କୋଟି ଟଙ୍କାର ଚୁକ୍ତି କରିଥିବା‌ ଜଣାପଡ଼ିଛି ।  ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ଡ୍ରୋନ୍‌କୁ ଆଲୋଚନା ହେବା ପରେ ଏହି ଖବର ସାମ୍ନାକୁ ଆସିଛି । 

ଆମେରିକାର ସାମରିକ ଏବଂ କର୍ପୋରେଟ୍ ଅଧିକାରୀଙ୍କ ଏକ ଟିମ୍ ଭାରତ ସରକାରଙ୍କ ସହ ଆଜି (ମଙ୍ଗଳବାର) ଏହି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହା ବ୍ୟତୀତ ଡ୍ରୋନର ରକ୍ଷଣାବେକ୍ଷଣା ଏବଂ ମରାମତି ପାଇଁ ଭାରତରେ କେନ୍ଦ୍ର ସ୍ଥାପନ ପାଇଁ ମଧ୍ୟ ସହମତି ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁସାରେ, ମୋଟ ୩୧ଟି ଡ୍ରୋନ୍ ମଧ୍ୟରୁ ୧୫ ଟି ନୌସେନାକୁ, ୮ଟି  ଲେଖାଏଁ ଡ୍ରୋନ୍ ସ୍ଥଳସେନା ଏବଂ ବାୟୁସେନାକୁ ଦିଆଯିବ । 

ସେପଟେ ଏହି ଚୁକ୍ତି ଲାଗି ଆହୁରି ୨,୫୦୦ କୋଟି ଟଙ୍କା ଅଧିକ ଖର୍ଚ୍ଚ ହୋଇପାରେ । ଭାରତ ମୋଟ୍‌ ୩୪,୫୦୦ କୋଟି ଟଙ୍କାର ଡ୍ରୋନ୍ ଆଣିବାର ସମ୍ଭାବନା ରହିଛି । ଏସବୁ ଡ୍ରୋନ୍ ଚେନ୍ନାଇ ନିକଟ INS ରାଜଲି, ଗୁଜରାଟର ପୋରବନ୍ଦର, ଉତ୍ତରପ୍ରଦେଶର ସରସବା ଏବଂ ଗୋରଖପୁର ସମେତ ଚାରିଟି ସ୍ଥାନରେ ନିୟୋଜିତ ହୋଇପାରେ ।

କାହିଁକି ଖାସ୍‌ ପ୍ରିଡେଟର ଡ୍ରୋନ୍‌ ?

ଏହି ଡ୍ରୋନ୍ ଖୁବ୍ ଶକ୍ତିଶାଳୀ । ଏହା ୧୯୦୦ କିଲୋମିଟର ଉପରୁ ନଜର ରଖିବାର କ୍ଷମତା ରଖିଛି । ଏଥିସହ ଘଣ୍ଟା ପ୍ରତି ୪୪୨ କିଲୋମିଟର ବେଗରେ ମଧ୍ୟ ଉଡିପାରିବ ପ୍ରିଡେଟର MQ-9B ଡ୍ରୋନ୍ । ଆମେରିକା ଏହି ଡ୍ରୋନ୍ ସାହାଯ୍ୟରେ କୁଖ୍ୟାତ ଆତଙ୍କବାଦୀ ଓସମା ବିନ୍ ଲାଡେନର ଠିକଣା ଠାବ କରିଥିଲା । ଏହି ଡ୍ରୋନ୍ ଆକ୍ରମଣରେ ମଧ୍ୟ ଅଲ କାଏଦା ଲିଡର୍ ଅଲ ଜାୱାହାରୀ ନିପାତ ହୋଇଥିଲା । 

ପ୍ରିଡେଟର MQ-9B ଡ୍ରୋନ୍ ବ୍ୟବସାୟିକ ବିମାନ ଠାରୁ ୫୦ ହଜାର ଫୁଟ୍‌ ଉଚ୍ଚରେ ଉଡ଼ାଣ କରିପାରିବ । ଯେକୌଣସି ପାଣିପାଗରେ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ଏହି ଡ୍ରୋନ୍‌ । ଏହା  ଆକଶରୁ ସ୍ଥଳ ଏବଂ ଏୟାର ଟୁ ଏୟାର ମିସାଇଲ୍‌ ମାଡ଼ କରିପାରିବ । ଥରେ ଇନ୍ଧନ ଭାରିଲେ ୨ ହଜାର ମାଇଲ୍‌ ଉଡ଼ିପାରିବାର କ୍ଷମତା ରଖିଥିବା ପ୍ରିଡେଟର MQ-9B ଡ୍ରୋନ୍ ୧୭ ହଜାର କେଜିର ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ରଖିଛି । ଲଗାତାର ୩୫ ଘଣ୍ଟା ଉଡ଼ାଣ କରିବା ସହ ଶତ୍ରୁଙ୍କୁ ଖୋଜି ଖୋଜି ମାରିବାରେ ସକ୍ଷମ ପ୍ରିଡେଟର MQ-9B ଡ୍ରୋନ୍ । 

  • America
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.